• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ବ୍ରହ୍ମପୁରରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୧ତମ ଜୟନ୍ତୀ ପାଳିତ

 ବିଶିଷ୍ଟ  ଆଦିବାସୀ ନେତା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାପୁରୁଷ ଭାବେ ଵେଶ ପରିଚିତ ସହିଦ ଲକ୍ଷ୍ମଣ ନାୟକ ଙ୍କ ଆଜି ୧୨୧ତମ ଜନ୍ମ ଜୟନ୍ତୀ ।  ତାଙ୍କ ର ଏଭଳି ବଳିଦାନ କୁ ମନେ ପକାଇ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲକ୍ଷ୍ମଣ ନାୟକ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲକ୍ଷ୍ମଣ ନାୟକ ଫାଶୀକୁଣ୍ଡ ଠାରେ ପୁଷ୍ପ ପ୍ରଦାନ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।

ବ୍ରହ୍ମପୁରରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୧ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର: ବିଶିଷ୍ଟ  ଆଦିବାସୀ ନେତା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାପୁରୁଷ ଭାବେ ଵେଶ ପରିଚିତ ସହିଦ ଲକ୍ଷ୍ମଣ ନାୟକ ଙ୍କ ଆଜି ୧୨୧ତମ ଜନ୍ମ ଜୟନ୍ତୀ । ୧୮୯୯ମସିହା ରେ ମାଲକାନଗିରି ଜିଲ୍ଲା ତେନ୍ତୁଳି ଗୁମ୍ମା ଠାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସହିଦ ଲକ୍ଷ୍ମଣ ନାୟକ । ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରିବା ସହ ନିଜ ଜୀବନ କୁ ଜଳାଞ୍ଜଳି ଦେଇ ସ୍ୱାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ମାଥିଲି ଗୁଳିକାଣ୍ଡରେ ଇଂରେଜଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ  ହୋଇ ଫାଶୀଦଣ୍ଡ ଭୋଗିବା ସହ ଚିରଦିନ ଲାଗି ଅମର ହୋଇ ରହିଥିଲେ । ତାଙ୍କ ର ଏଭଳି ବଳିଦାନ କୁ ମନେ ପକାଇ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲକ୍ଷ୍ମଣ ନାୟକ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲକ୍ଷ୍ମଣ ନାୟକ ଫାଶୀକୁଣ୍ଡ ଠାରେ ପୁଷ୍ପ ପ୍ରଦାନ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।

ଭାରତଛାଡ଼ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ଅସାଧାରଣ ଦେଶ ପ୍ରେମ ଅଦମ୍ୟ ସାହସ ନିର୍ଭିକ ସଂଗ୍ରାମ ଜୀବନ ଓ ଅସୀମ ତ୍ୟାଗ ଆମ ଜାତି ପାଇଁ ଗର୍ବ ଓ ଗୌରବ । ଗାନ୍ଧିଜୀଙ୍କ କର ବା ମର ଆହ୍ୱାନ ରେ ଅନୁପ୍ରାଣିତ ହୋଇ ମାଥିଲି ଥାନା ଆକ୍ରମଣ କରି ଶେଷରେ ନିଜ ମାଟିର ସ୍ୱାଧୀନତା ପାଇଁ ୧୯୪୩ ମାର୍ଚ୍ଚ ୩ତାରିଖ ଦିନ ଫାଶୀ ଖୁଣ୍ଟାରେ ଝୁଲି ଇତିହାସରେ ଚିରସ୍ମରଣୀୟ ହୋଇ ରହିଗଲେ ବୀର ଲକ୍ଷ୍ମଣ ନାୟକ । ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ମେଡିକାଲ କଲେଜ ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ, କମିଟି ଗଠନ ହୋଇଛି ।