ଧୀବର ଜାଲରେ ବିରଳ ମାଛ

ଗୋଳନ୍ଥରା ନିକଟ ସୁନପୁର ସମୁଦ୍ର କୂଳରେ ଏକ ୧୫ ଫୁଟ ଲମ୍ବର ମାଛ ଦେଖିବାକୁ ମିଳିଥିଲା ।

ଧୀବର ଜାଲରେ ବିରଳ ମାଛ
ଫଟୋ ସୌଜନ୍ୟ: ଜୀ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବିପଦରେ ଏବେ ବ୍ଲୁ ସାର୍କ ମାଛ । ଗତ କିଛି ଦିନ ଧରି ଗଞ୍ଜାମ ଉପକୂଳ ବଙ୍ଗୋପସାଗରରେ ଏଭଳି ଅନେକ ମାଛ ଦେଖିବାକୁ ମିଳୁଛି । ହେଲେ ଏହି ବିରଳ ସାମୁଦ୍ରିକ ମାଛକୁ ସୁରକ୍ଷା ଦେବା ଲାଗି ବିଭାଗ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆଯାଉନାହିଁ । ଆଉ ଏହାରି ଭିତରେ ଏହି ପ୍ରଜାତିର ମାଛ ବିଲୀନ ହେବାକୁ ବସିଛି ।  

ରବିବାର ଗୋଳନ୍ଥରା ନିକଟ ସୁନପୁର ସମୁଦ୍ର କୂଳରେ ଏକ ୧୫ ଫୁଟ ଲମ୍ବର ମାଛ ଦେଖିବାକୁ ମିଳିଥିଲା । ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ଧୀବରଙ୍କ ଜାଲରେ ବ୍ଲୁ ସାର୍କ ମାଛଟି ପଡ଼ିଥିଲେ । ତେବେ କିଛି ସମୟ ମଧ୍ୟରେ ମାଛଟିର ମୃତ୍ୟୁ ଘଟିଥିଲା । ଗଞାମ ଉପକୂଳ ବଙ୍ଗୋପସାଗରରେ ଏଭଳି ମାଛ ବିଭିନ୍ନ ସମୟରେ ଦୃଶ୍ୟମାନ ହେଉଥିବାରୁ ବନବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି ।  

ଆହୁରି ପଢ଼ନ୍ତୁ; ଅନ୍ୟ ଆଗରେ ଭୁଲରେ ବି କୁହନ୍ତୁ ନାହିଁ ଏସବୁ କଥା...