• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥

ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ

ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ।

ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମାଟି ଖୋଳୁ ଖୋଳୁ ହଟାତ ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗାଁରେ ଏଭଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ପରିତ୍ୟକ୍ତ ଭାବେ ପଡିଥିବା ପଡ଼ିଆରୁ ଶିବଲିଙ୍ଗ ଆବିର୍ଭାବ ହେବା ଖବର ଶୁଣି ଉକ୍ତ ସ୍ଥାନରେ ଧୀରେଧୀରେ ଜନସମାଗମ ହେବାକୁ ଲାଗିଛି । 

କିଛି ଦିନ ତଳେ ସେହି ଗ୍ରାମର ଜଣେ ବ୍ୟକ୍ତିକୁ ସ୍ବପ୍ନାଦୋଷ ହୋଇଥିଲା। ହେଲେ ଉକ୍ତ ବ୍ୟକ୍ତିଙ୍କର କଥାକୁ କେହି ବିଶ୍ୱାସ କରିନଥିଲେ । ହେଲେ ଗତକାଲି ସେହି ଜାଗାରେ ଚନ୍ଦନ ବାସ୍ନା ହେବାରୁ କିଛି ଯୁବକ ସେହି ଜାଗାରେ ଖୋଲିବା ଆରମ୍ଭ କରିଥିଲେ । ଆଉ କିଛି ସମୟ ଖୋଲିବା ପରେ ହଠାତ ଚନ୍ଦନ ପ୍ରଲୋପିତ ହୋଇଥିବା ଶିବଲିଙ୍ଗ ଆବିର୍ଭାବ ହୋଇଥିଲା । 

ପରେ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଏବେ ଗାଁରେ ପୂଜା ପାଠ ଚାଲିଛି। ପବିତ୍ର କାର୍ତ୍ତିକ ମାସରେ ତୃତୀୟ ସୋମବାର ରେ ଏଭଳି ଘଟଣା ଘଟିଥିବାରୁ ମହାଦେବଙ୍କ ଲୀଳା ବୋଲି ଗ୍ରାମବାସୀ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।