)
ବ୍ରହ୍ମପୁର: ଲକ ଡାଉନ ଯୋଗୁ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଏବେ ଅସହାୟ ଅବସ୍ଥାରେ ନିତି ଦଳ ଦଳ ହୋଇ ଘରକୁ ଫେରୁଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ଅତିକ୍ରମ କରି ହଜାର ହଜାର ଦାଦନ ଡହଡହ ଖରାରେ ଭୋକ ଉପବାସରେ ଚାଲି ଚାଲି ନିଜ ଭିଟାମାଟିକୁ ଫେରିବା ଲାଗି ପ୍ରୟାସ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢାଇବା ଲାଗି ଆଗବର ହୋଇ ଆସିଛନ୍ତି କିଛି ସହ ଦୃଦୟ ବ୍ୟକ୍ତି।
ଭଦ୍ରକ ଭଣ୍ଡାରି ପୋଖରି ତଥା ବିଭିନ୍ନ ସ୍ଥାନର ଶହଶହ ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିବା ସହ ସେମାନଙ୍କ ଲାଗି ପ୍ରଶାସନ ସହ ଯୋଗା ଯ଼ୋଗ କରି ଗ୍ରାମକୁ ଯିବା ଲାଗି ବସର ମଧ୍ୟ ବନ୍ଦୋବସ୍ତ କରାଇଥିଲେ ସମାଜସେବୀ ଶମ୍ବୁ ପାଣିଗ୍ରାହୀ। ଶମ୍ଭୁଙ୍କ ଏଭଳି ସହାୟତାକୁ ପ୍ରବାସୀ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ସମସ୍ତେ ଏଭଲି ସହୋଜଗ କ୍ଷେତ୍ରରେ ଆଗେଇ ଆସିବା ଜରୁରୀ ହୋଇ ପଡିଛି।