ଗୋପାଳପୁର ବେଳାଭୂମି ମହୋତ୍ସୋବ; ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର
Advertisement

ଗୋପାଳପୁର ବେଳାଭୂମି ମହୋତ୍ସୋବ; ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର

ଆଉ  ଦିନ କେଇଟା ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସୋବ ୨୦୧୯ ।

ଗୋପାଳପୁର ବେଳାଭୂମି ମହୋତ୍ସୋବ; ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗୋପାଳପୁର ବେଳାଭୂମି  ମହୋତ୍ସୋବ ଲାଗି  ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ  ଦିନ କେଇଟା ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସୋବ ୨୦୧୯ ।  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ୫ଦିନ ବ୍ୟାପି ଗୋପାଳପୁର ବେଳାଭୂମି ମହୋତ୍ସବ କରିବା ନିମନ୍ତେ ଦିନ ଧାର୍ଯ୍ୟ  ହୋଇଛି। l ୧୯୯୬ ମସିହା ଠାରୁ ଆରମ୍ଭ ହୋଇଥିବା ଏହି  ବେଳାଭୂମି ମହୋତ୍ସବକୁ ଆନ୍ତର୍ଜାତୀୟ ସ୍ତରର  ମାନ୍ୟତା ପାଇବା ଲକ୍ଷରେ ପ୍ରୟାସ ଆରମ୍ଭ କରିଛି  କମିଟି । ଚଳିତ ବର୍ଷ  ବେଳାଭୁମି ମହୋତ୍ସୋବ ଅଧିକ ରଙ୍ଗାରଙ୍ଗ କରିବା ଲାଗି  ଲୋକପ୍ରିୟ  ଗାୟକ ସୋନୁ ନିଗମ ସାନ ଆସୁଥିବା ବେଳେ ସହରବାସୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି । 

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ମାସ ୨୪ ତାରିଖରୁ ୨୮ ତାରିଖ ପର୍ଯ଼୍ୟନ୍ତ ୫ ଦିନ ଧରି ମହୋତ୍ସୋବ କରିବା ଲାଗି ହୋଇଛି ନିଷ୍ପତି l ଏଥିଲାଗି  ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ମହୋତ୍ସବର ଶୁଭ  ଉଦଘାଟନ କରିବା ନିଷ୍ପତ୍ତି ହୋଇଛି l ଚଳିତ ବର୍ଷ ମହୋତ୍ସୋବକୁ ଅଧିକ ରଙ୍ଗାରଙ୍ଗ କରିବା ଲଗି ଆସୁଛନ୍ତି ବହୁ ନାମିଦାମୀ ସିଙ୍ଗର ।

fallbackଗଞ୍ଜାମ ଜିଲ୍ଲାର ଲୋକ କଳା ଓ ଲୋକ ସଂସ୍କୃତିକୁ କୁ ମଧ୍ୟ ଅଧିକ ପ୍ରାଧାନ୍ୟ ମହୋତ୍ସୋବରେ ଦିଆଯିବାର ଲକ୍ଷ ରଖାଯାଇଥିବା କହିଛନ୍ତି ଆୟୋଜକ । ସେପଟେ ବେଳାଭୁମିର ଖୋଲାମଞ୍ଚରେ କଳା ଓ କଳାକାରଙ୍କ  ସାଙ୍ଗକୁ ପଲିଶ୍ରୀ ମେଳା ଓ ଚଟପଟି ଖାଦ୍ୟର ପସରା ଖୋଲିବ ବେଳାଭୁମି ପରିସରରେ । ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ରେ ଶେଷ କରିବା ସହ ଏହାକୁ ଅଧିକ ଆକର୍ଷଣୀୟ କରିବାଲାଗି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ  ପ୍ରସ୍ତୁତି ଆରମ୍ଭ  କରାଯ଼ାଇଛି । ବେଳାଭୁମିକୁ ଅଧିକରୁ ଅଧିକ ବଙ୍ଗୀୟ  ଓ ବିଦେଶି ପର୍ଯ଼ଟକଙ୍କ ସମାଗମ ହେଉଥିବା ବେଳେ ଏଭଳି କାର୍ଯ଼୍ୟକ୍ରମ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ  ଆକୃଷ୍ଟ କରିବ ବୋଲି ସମସ୍ତେ  ଆଶା ବାନ୍ଧିଛନ୍ତି । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ଲକ୍ଷରେ ଦିନ ତମାମ ବିଭିନ୍ନ ଅନୁଷ୍ଠାନ ର ପତିଭାଙ୍କୁ ନେଇ ପ୍ରତିଯୋଗିତା ଓ ଜଳକ୍ରୀଡାର ଆୟୋଜନ କରିବା ଲାଗି ନିଷ୍ପତ୍ତି ଚାଲିଥିବା ଗଞ୍ଜାମ ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

 ଚଳିତ ବର୍ଷ ବେଳାଭୂମି ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ ରଖାଯାଇଥିବା ବେଳେ  ଟ୍ରାଫିକ ସମସ୍ୟା ରେ ସୁଧାର ଆଣିବା ଲାଗି ରୂପରେ ପ୍ରସ୍ତୁତ କରାଯିବା ସହ ମହୋତ୍ସବ ର ସ୍ଥାନ ପରିବର୍ତ୍ତନ କରାଯାଇଛି । ତେବେ ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ଦର୍ଶକଙ୍କ ମନ ମୋହିବ ବୋଲି କୁହାଯାଉଛି ।