ଏଥର ଛେପ ପକାଇଲେ ଗଣିବେ ତଣ୍ଡ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମନା । ଯଦି କେହି ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତି, ତେବେ ୫ ଶହ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ଏଣେତେଣେ ଛେପ ପକାଇବା ଉପରେ ଲାଗିଲା କଟକଣା । ଗଞ୍ଜାମ ଜିଲ୍ଲାରେ ଏହି ନିୟମ ଲାଗୁ ହୋଇଛି । ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।
Trending Photos
)
ବ୍ରହ୍ମପୁର: ଏଥର ଛେପ ପକାଇଲେ ଗଣିବେ ତଣ୍ଡ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମନା । ଯଦି କେହି ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତି, ତେବେ ୫ ଶହ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ଏଣେତେଣେ ଛେପ ପକାଇବା ଉପରେ ଲାଗିଲା କଟକଣା । ଗଞ୍ଜାମ ଜିଲ୍ଲାରେ ଏହି ନିୟମ ଲାଗୁ ହୋଇଛି । ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ମଙ୍ଗଳବାର ଟ୍ୱିଟ କରି ଏନେଇ ସୂଚନା ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଅନ୍ୟପଟେ ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ ଘରୁ ପଦାକୁ ଗୋଡ଼ କାଢ଼ିଲେ ମାସ୍କ ପିନ୍ଧିବାକୁ ପଡ଼ିବ । ବିନା ମାସ୍କରେ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ଏନେଇ ମଧ୍ୟ ପାଇନର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲାଣି । ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏବେ ୪୧ ଜଣଙ୍କ ପାଖରେ କୋରୋନା ଭାଇରସ୍ ସକ୍ରିୟ ରହିଛି ।