• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ଏସପିଙ୍କୁ ଭେଟି ନପାରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା ନ କରିପାରିବାରୁ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟାମ. ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ. ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଏସପିଙ୍କୁ ଭେଟି ନପାରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା ନ କରିପାରିବାରୁ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟାମ. ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ. ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ପଣ୍ଡା କଲୋନୀର ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ମଧ୍ୟାହ୍ନରେ ନିଜ ଅଭିଯୋଗ ଜଣାଇବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କୁ ଦେଖା କରିବାକୁ ଯାଇଥିଲେ । ମାତ୍ର ବ୍ୟସ୍ତତା କାରଣରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା କରିପାରିନଥିଲେ ମିନାକ୍ଷୀ । ଫଳରେ ଏଥିରେ ସେ ନିରାଶ ହୋଇ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । 

ଫଳରେ ମିନାକ୍ଷୀଙ୍କ ଶରୀରର ୪୦ଭାଗରୁ ଉର୍ଦ୍ଧ୍ୱ ଭାଗ ପୋଡି ଯାଇଛି । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ମିନାକ୍ଷୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ କିଛିଦିନ ତଳେ ମିନାକ୍ଷୀ ଓ ତାଙ୍କ ପୁଅ ରାଜାକୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ମାମଲାରେ ପୁଲିସ ୫ ଅଭିଯୁକ୍ତଙ୍କ ସହିତ ରାଜାକୁ ମଧ୍ୟ ଗିରଫ କରିଥିଲା । ତେବେ ତାଙ୍କ ପୁଅ ରାଜାକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ମିନାକ୍ଷୀ ଅଭିଯୋଗ କରିଥିଲେ । ନ୍ୟାୟ ନ ମିଳିଲେ ଅତ୍ମହୁତି ଦେବେ ବୋଲି ଚେତାବନୀ ଦେଇଥିଲେ ।

ସେପଟେ ମିନାକ୍ଷୀ ବିଜେଡିର ଜଣେ ମହିଳା ନେତ୍ରୀ ହୋଇଥିବାରୁ ଏମକେସିଜିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପହଞ୍ଚିବାରେ ଲାଗିଛନ୍ତି । ଏସପିଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।