Advertisement
Article Detail0/zeeodisha/odisha869027

ଫଟୋରେ ଖବର, ଉଦଘାଟନ ହେଲା ତାମ୍ପରା Lake

ପ୍ରାୟ ୮ କୋଟି ୩୦ ଲକ୍ଷ ଟଙ୍କା ଅଟକଳ ବ୍ଯୟରେ ନିର୍ମିତ ଆକର୍ଷଣୀୟ ପାର୍କ ର ଲୋକାର୍ପିତ କରିବା ସହ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଫଟୋରେ ଖବର, ଉଦଘାଟନ ହେଲା ତାମ୍ପରା Lake

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ଯଟନ ସ୍ଥଳୀ ତାମ୍ପରା ଲେକ୍ ଭ୍ଯୂ ପାର୍କର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୮ କୋଟି ୩୦ ଲକ୍ଷ ଟଙ୍କା ଅଟକଳ ବ୍ଯୟରେ ନିର୍ମିତ ଆକର୍ଷଣୀୟ ପାର୍କ ର ଲୋକାର୍ପିତ କରିବା ସହ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ କୋଷ୍ଟାଲ ଏରିଆ (Coastal ) ରେ ଥିବା ତାମ୍ପରା, ଗୋପାଳପୁର, ସାତପଡା ଓ ବରକୁଳ ର ଭିତ୍ତିଭୂମି ବିକାଶ ଦିଗରେ ୭୧ କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ତାମ୍ପରା ଲେକ (Tampara Lake) ଭ୍ଯୁ ସ୍ଥାପନ ହୋଇ ପାରିଛି।

fallback

Add Zee News as a Preferred Source

Also Read: ଫାଣ୍ଡି ପରିସରରୁ ନରକଙ୍କାଳ ମିଳିବା ଘଟଣା: ଜାରି ହେଲା ମହିଳାଙ୍କ Sketch

ତାମ୍ପରା ଲେକ ଭ୍ୟୁ (Tampara Lake) ର ସୌନ୍ଦର୍ଯ୍ୟକରଣ ହୋଇଥିବା ବେଳେ ଉତ୍ତମ ପାଦଚଲା ରାସ୍ତା, ଫୁଡ୍ କୋର୍ଟ, ଟଏଲେଟ, ଡ୍ରିଙ୍କିଂ ୱାଟର ବ୍ଯବସ୍ଥା ସହ ଆକର୍ଷଣୀୟ ଲେକର ଭରପୁର ଉପଭୋଗ କରିବେ ପର୍ଯ୍ଯଟକ। ଟୁରିଜମ ସେକ୍ଟରର ଉନ୍ନତି ଦିଗରେ ବର୍ତ୍ତମାନ ସୁଦ୍ଧା ୧୫ ଶହ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଲକ୍ଷ ରଖିଥିବା କହିଲେ ଟୁରିଜିମ ସେକ୍ରେଟାରୀ ଭିସାଲ ଦେଓ ।

Edited: Zee Odisha Desk  

About the Author