ବ୍ରହ୍ମପୁର: ଗୋଟିଏ ପଟେ ଯୌତୁକକୁ ନେଇ ତୁମ୍ଭି ତୁଫାନ ତ ଅନ୍ୟପଟେ ବିନା ଯୌତୁକରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତି । ଏପରି ନିଆରା ବିବାହ ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଏହି ବିବାହରେ ନା ବ୍ରାହ୍ମଣ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ହୋଇଥିଲା ନା ହୋଇଥିଲା କୌଣସି କର୍ମକାଣ୍ଡ । ଏପରିକି ଏହି ବିବାହରେ ଯୌତୁକ ଦିଆନିଆ ମଧ୍ୟ କରାଯାଇ ନଥିଲା ।


COMMERCIAL BREAK
SCROLL TO CONTINUE READING

ଏହି ବିବାହରେ ନା ବର କନ୍ୟାକୁ ବାନ୍ଧି ଥିଲା ମଙ୍ଗଳସୂତ୍ର ନା ପଡ଼ିଥିଲା ହାତଗଣ୍ଠି । କେବଳ ବିବାହ ସମୟରେ ଜୀବନସାରା ଏକାଠି ରହିବାର ସମ୍ୱିଧାନର ଶପଥ ନେଇଥିଲେ ନବ ଦମ୍ପତି । ଏହାସହ ନବ ଦମ୍ପତ୍ତି ରକ୍ତଦାନ କରିବାସହ ଅଙ୍ଗ ଦାନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ସେପଟେ ବିବାହରେ ସାମିଲ ହୋଇଥିବା ପରିବାର ବର୍ଗ ଓ ବନ୍ଧୁବାନ୍ଧବ ଭୋଜିଭାତ ଖାଇ ନବ ଦମ୍ପତ୍ତିଙ୍କ ବୈବାହିକ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ । 


ଏହି ନିଆରାରେ ବିବାହରେ ବର ବିଜୟ କୁମାରଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ କନିଆଁ ଶ୍ରୁତି ସକ୍ସେନାଙ୍କ ଘର ଲକ୍ଷ୍ମୌରେ ବୋଲି ଜଣାପଡ଼ିଛି । ଚେନ୍ନାଇରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ପରେ ଉଭୟ ପରିବାରଙ୍କ ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ ।


ଅନ୍ୟପଟେ ଦୀର୍ଘ ଦୀନ ଧରି ରାଜ୍ୟର ସମସ୍ତ ଗଣମାଧ୍ୟମରେ ସୁମିତ ଓ ତପସ୍ୱନୀଙ୍କ ଯୌତୁକକୁ ନେଇ ପାରିବାରିକ କଳହ ଓ ସ୍ୱାମୀ ସୁମିତଙ୍କ ଘର ଆଗରେ ତପସ୍ୱନୀଙ୍କ ଧାରଣା ଚର୍ଚ୍ଚାର ବିଷୟ ରହି ଆସୁଛି । ଦୁଇଟି ଘଟଣା ଭିନ୍ନ ଥିଲେ ମଧ୍ୟ ଗୋଟିଏ ସମାଜକୁ ପ୍ରେରଣା ଯୋଗାଉଥିବା ବେଳେ ଅନ୍ୟଟି ଏବେବି ଯୌତୁକ ପରି କୁପ୍ରଥାକୁ ନେଇ ସମ୍ପର୍କରେ ସୃଷ୍ଟି ହେଉଥିବା ଫାଟକୁ ପ୍ରତିଫଳିତ କରୁଛି ।  


ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୩୪ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି


ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା ଓମିକ୍ରନ, ରାଜଧାନୀରେ କୋରୋନା ଭାଙ୍ଗିଲା ୬ ମାସର ରେକର୍ଡ