ବିଦ୍ୟାର୍ଥୀଙ୍କ ପାଇଁ ଗଠନ ହେଲା ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି
Advertisement

ବିଦ୍ୟାର୍ଥୀଙ୍କ ପାଇଁ ଗଠନ ହେଲା ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ସୃଷ୍ଟି  କରିଛି ଏକ ଭିନ୍ନ ଉଦାହରଣ । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଗୁରୁ-ଶିଷ୍ୟଙ୍କ ଅସମୟର ସାଥୀ ହୋଇଛି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଅସହାୟଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଆରମ୍ଭ କରିଛି କଲ୍ୟାଣ ପାଣ୍ଠି ।

ଫାଇଲ ଫଟୋ

ବ୍ରହ୍ମପୁର: ଗୁରୁ ଶିଷ୍ୟର ସମ୍ପର୍କକୁ ନିବିଡ଼ ରଖିବା ଲାଗି  ପ୍ରତିବର୍ଷ ଗୁରୁ ଦିବସ ଓ ଶିଶୁ ଦିବସ ପାଳନ କରାଯାଉଛି । କିନ୍ତୁ ଅନେକ ସମୟରେ ପରସ୍ପର ମଧ୍ୟରେ ଅସହାୟର ସାଥୀ ହେବା ଲାଗି  ଇଚ୍ଛା ଥାଇ ମଧ୍ୟ ସମ୍ଭବ ହୋଇ ପାରି ନ ଥାଏ । ଯାହାର ମାଧ୍ୟମ ସାଜିଛି  ଏବେ  ଜିଲ୍ଲା ଶିକ୍ଷା ବିଭାଗ । ଅସହାୟଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଗୁରୁ-ଛାତ୍ର କଲ୍ୟାଣ  ପାଣ୍ଠି ଗଠନ କରିଛି ଗଞ୍ଜାମ ଶିକ୍ଷା ବିଭାଗ ।

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ସୃଷ୍ଟି  କରିଛି ଏକ ଭିନ୍ନ ଉଦାହରଣ । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଗୁରୁ-ଶିଷ୍ୟଙ୍କ ଅସମୟର ସାଥୀ ହୋଇଛି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଅସହାୟଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଆରମ୍ଭ କରିଛି କଲ୍ୟାଣ ପାଣ୍ଠି । ବିପଦରେ ପଡିଥିବା ବ୍ୟକ୍ତି ହେଉ ଅବା ଆର୍ଥିକ ସଙ୍କଟରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କୁ ବଢାଉଛନ୍ତି ସହାୟତାର ହାତ । କେରଳ ବନ୍ୟା ପ୍ରପୀଡିତଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସକ୍ଷମ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ଆହ୍ୱାନ କରିଥିଲେ । ଯାହା ଏବେ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିର ଗଠନ ହୋଇଛି । ଏକ ବର୍ଷ ତଳେ ଏଭଳି ଏକ ପାଣ୍ଠି ଗଠନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ସହୃଦୟରେ ଦାନ କରି ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି ପାଣ୍ଠି ଏବେ ୫୦ ଲକ୍ଷରେ ପହଞ୍ଚିଲାଣି ।

କେରଳ ମହାବାତ୍ୟା ହେଉ ଅବା ଫନିରେ ୧୦ ଲକ୍ଷ ଲେଖାଏଁ  ସହାୟତା ରାଶି ପ୍ରଦାନ କରା ଯାଇଛି । ସେହିପରି ସ୍ୱାସ୍ଥ୍ୟଗତ କାରଣରୁ ଅବା ଆର୍ଥିକ ଅଭାବରୁ ପାଠ ପଢିବାରୁ ବଞ୍ଚିତ ମେଧାବୀ ପିଲାଙ୍କୁ ଏଭଳି  ୮୦ ଜଣ ଅସହାୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସହାୟତା କରାଯାଇଛି । ଗତବର୍ଷ ଗୁରୁ ଦିବସ ସମୟରେ ଜୁନିୟର ରେଡକ୍ରସ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଜିଲ୍ଲା ଶିକ୍ଷା ବିଭାଗ ଓ ଜୁନିୟର ରେଡକ୍ରସ ନାଁରେ ଏହି ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିର ଏକ ସ୍ୱତନ୍ତ୍ର ନିୟମାବଳୀ ରହିଥିବା ବେଳେ  ସ୍ୱାସ୍ଥ୍ୟଗତ ଓ ଜରୁରୀକାଳୀନ ଚିକିତ୍ସା ଦିଗରେ ଶିକ୍ଷା ବିଭାଗର କାର୍ଯ୍ୟରତ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । 

କୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ପାଣ୍ଠିରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସହାୟତା ରାଶି ଯୋଗାଇ ଦିଆଯିବ । ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ପଦକ୍ଷେପରୁ ଅନେକ ଲୋକ ଉପକୃତ ହୋଇଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଅସହାୟଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ଏଭଳି ମହତ୍ ପଦକ୍ଷେପ ଅନ୍ୟ ଜିଲ୍ଲାବାସୀଙ୍କୁ ପ୍ରେରଣା ଯୋଗାଇବ ।