କାହିଁକି ଜଣେ ଅପରିଚିତ ମହିଳାଙ୍କ ପାଇଁ ଧାଇଁ ଆସିଲେ ଦିଲ୍ଲୀପ ?

କିଏ ସେ ତାଙ୍କର.... କ'ଣ ଦୁହିଙ୍କ ମଧ୍ୟରେ ସମ୍ପର୍କ .... କାହିଁକି ଖବର ପାଉ ପାଉ ଧାଇଁ ଆସିଲେ ଯୁବକ.... ଖାଲି ଆସିଲେନି ନିଜ ଶରୀରରୁ ରକ୍ତି ବି ଦେଲେ... ତାଙ୍କ ଜୀବନ ବି ବଞ୍ଚାଇଲେ ...... ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିଲେ ଆପଣ ମଧ୍ୟ କହିବେ ଏ ନିଷ୍ଠୁର ଦୁନିଆରେ କଣ ଏମିତି ବ୍ୟକ୍ତି ଅଛନ୍ତି .... ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ...

କାହିଁକି ଜଣେ ଅପରିଚିତ ମହିଳାଙ୍କ ପାଇଁ ଧାଇଁ ଆସିଲେ ଦିଲ୍ଲୀପ ?
bombay blood donor dilip

କାହିଁକି ଯୁବକ ଜଣକ ମହିଳାଙ୍କୁ ରକ୍ତ ଦେଲେ ? କ'ଣ ରହିଛି ଉଭୟଙ୍କ ମଧ୍ୟରେ ସମ୍ପର୍କ  ? କଥାରେ ଅଛି ରକ୍ତ ଦାନ ମହତ ଦାନ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଉରକେଲା ଅଞ୍ଚଳର ଜଣେ ସହ ହୃଦୟ ବ୍ୟକ୍ତି । ବମ୍ବେ O+ ନାମକ ଏକ ବିରଳ ଗ୍ରୁପର ରକ୍ତକୁ ନେଇ ଦୀର୍ଘ ୮ ଦିନ ଧରି ଅସ୍ତ୍ରୋପଚାର ପରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ପ୍ରସୁତିଙ୍କୁ ନୂଆ ଜୀବନ ଦେଇଛନ୍ତି ।  ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଜଣେ ଅପରିଚିତ ମହିଳାଙ୍କୁ ସହାୟତାର ହାତ ବଢାଇଥିଲେ ରାଉରକେଲାର ଜଣେ ଅଜଣା ଯୁବକ । ସମ୍ପର୍କ ଥିଲା କେବଳ ମାନବିକତାର । ଆଉ ସେଇ ମାନବିକତା ପାଇଁ ରାଉରକେଲା ଠାରୁ ଦୀର୍ଘ ୭୦୦ କିଲୋମିଟର ଅତିକ୍ରମ କରି ବ୍ରହ୍ମପୁର ସହରରେ ପହଞ୍ଚି ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଘଟଣା ଥିଲା ଏପରି । ବ୍ରହ୍ମପୁରର ଗୋଟିଏ ପରିବାର ରକ୍ତ ବୁନ୍ଦାଏକୁ ନେଇ ଡହଳ ବିକଳ ହେଉଥିଲେ । ଟିକିଏ ରକ୍ତ ମିଳିଲେ ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ କେତେକଣ କରିସାରିଥିଲେ । ମେଡିକାଲ ଓ ବ୍ଲଡ ବ୍ୟାଙ୍କରୁ ମଧ୍ୟ ନିରାଶ ହେବାକୁ ପଡିଥିଲା । ମାତ୍ର ତାଙ୍କୁ ରକ୍ତ ମିଳିନଥିଲା । ସବୁ ଜାଗାରେ ରକ୍ତ ପାଇଁ ନେହୁରା ହେଉଥିବା ପ୍ରସୂତି ସବିତାଙ୍କ ସ୍ୱାମୀ ନାରାୟଣଙ୍କୁ ଶୁଣିବାକୁ ମିଳିଥିଲା ଆପଣଙ୍କ ସ୍ତ୍ରୀଙ୍କ ବ୍ଲଡ ଗ୍ରୁପ ଖୁବ ବିରଳ, ଆମ ପାଖରେ ଏ ଗ୍ରୁପର ରକ୍ତ ମହଜୁଦ ନାହିଁ ।

 ମାତ୍ର ହାର ନମାନି, ବମ୍ବେ O+ ନାମକ ଏହି ବିରଳ ଗ୍ରୁପର ରକ୍ତକୁ ନେଇ ଖୋଜା ଖୋଜି କରୁଥିବା ବେଳେ ଦେବଦୂତ ସାଜି ହାଜର ହୋଇଥିଲେ ଜଣେ ସହୃଦୟ ବ୍ୟକ୍ତି । ଆଉ ଯାହାଙ୍କ ପାଇଁ ବଞ୍ଚିଗଲା ଗୋଟିଏ ନିରୀହ ଜୀବନ । ଗବେଷକଙ୍କ ମତରେ ପ୍ରତି ୧୦ ହଜାର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଲୋକଙ୍କ ପାଖରେ ଏହି ବମ୍ବେ o+ ରକ୍ତ ଦେଖିବାକୁ ମିଳେ ।  

ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲର ଗତ ୧୦ ଦିନ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଆଦିବାସୀ ଅଧ୍ୟୁସିତ ବୁରାତାଲ ପଞ୍ଚାୟତ ମୁଣ୍ଡା ସିଂ ଗ୍ରାମର ସବିତା ରଇତ । ପ୍ରସବକୁ ନେଇ ଅଧିକ ରକ୍ତସ୍ରାବ ହୋଇଥିବା ସବିତାଙ୍କୁ ଆବଶ୍ୟକ ପଡିଥିଲା ରକ୍ତ । ହେଲେ ସବିତାଙ୍କ ବ୍ଲଡ ଗ୍ରୁପ ଥିଲା ଅତି ବିରଳ। ବମ୍ବେ O+ ଗ୍ରୁପର ଏହି ରକ୍ତ ଓଡିଶାରେ ଅତି କମ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯେଉଁଥିପାଇଁ ସମସ୍ତେ  ଚିନ୍ତିତ ଥିଲେ । ଡାକ୍ତରଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ, ସମସ୍ତେ ଖୋଜା ଖୋଜି କରିବା  ଆରମ୍ଭ କରିଥିଲେ । ଆଉ ଶେଷରେ ସୋସିଆଲ୍ ମିଡ଼ିଆର ସାହାଯ୍ୟରେ ରକ୍ତ ଆବଶ୍ୟକ ନେଇ ଦିଆଯାଇଥିଲା ସୂଚନା ।

ଆଉ ଏହାପରେ ସହାୟତାର ହାତ ବଢାଇଥିଲେ ରାଉରକେଲା ଅଞ୍ଚଳର ଦିଲ୍ଲୀପ ବାରିକ । ବିଳମ୍ବ ନକରି ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡିକାଲରେ ପହଞ୍ଚି ରକ୍ତ ଦାନ କରିବା ସହ ଜଣେ ଅପରିଚିତ ମହିଳାଙ୍କର ଜୀବନ ବଞ୍ଚାଇ ଥିଲେ । ଦିଲ୍ଲୀପ ଦେଇଥିବା ରକ୍ତ ମହିଳାଙ୍କ ଜୀବନ ବଞ୍ଚାଇଥିବାରୁ ବେଶ ଖୁସି ଅନୁଭବ କରିଥିଲେ ସେ । ରକ୍ତ ଏଭଳି ଏକ ଅତ୍ୟାବଶ୍ୟକ ଉପାଦାନ ଯାହା ନ ମିଳିଲେ ମଣିଷର ଜୀବନ ମଧ୍ୟ ଚାଲିଯାଇପାରେ । ମାତ୍ର ପରସ୍ପର ସହାୟତା ହିଁ ବଞ୍ଚାଇଦିଏ ଅମୂଲ୍ୟ ଜୀବନ। ତେଣୁ ରକ୍ତ ଦାନ କରନ୍ତୁ , କାରଣ କିଏ ଜାଣେ ଆପଣଙ୍କୁ ମଧ୍ୟ କେତେ ବେଳେ ରକ୍ତର ଆବଶ୍ୟକତା ପଡିଯାଇପାରେ ।