Advertisement
Article Detail0/zeeodisha/odisha703872
Zee OdishaBerhampurବ୍ଲାକ ସିଗାରେଟର କଳାବଜାରୀ, ଗଞ୍ଜେଇ ଚାଲାଣର ନୂଆ ମାଧ୍ୟମ

ବ୍ଲାକ ସିଗାରେଟର କଳାବଜାରୀ, ଗଞ୍ଜେଇ ଚାଲାଣର ନୂଆ ମାଧ୍ୟମ

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ। ଏଥିପାଇଁ ଅପରାଧୀମାନେ ବିଭିନ୍ନ କୌଶଳ ମଧ୍ୟ ଆପଣାଉଥିବା ଦେଖିବାକୁ ମିଳିଛି। ଏପରିକି ନକଲି ସିଗାରେଟ ମଧ୍ୟରେ ଗଞ୍ଜେଇକୁ ପୁରାଇ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ପୋଲିସ ଏକ ନକଲି ସିଗାରେଟ କାରଖାନା ଉପରେ ଚଢାଉ କରିଛି।  ବିଶେଷ

ବ୍ଲାକ ସିଗାରେଟର କଳାବଜାରୀ, ଗଞ୍ଜେଇ ଚାଲାଣର ନୂଆ ମାଧ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ। ଏଥିପାଇଁ ଅପରାଧୀମାନେ ବିଭିନ୍ନ କୌଶଳ ମଧ୍ୟ ଆପଣାଉଥିବା ଦେଖିବାକୁ ମିଳିଛି। ଏପରିକି ନକଲି ସିଗାରେଟ ମଧ୍ୟରେ ଗଞ୍ଜେଇକୁ ପୁରାଇ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ପୋଲିସ ଏକ ନକଲି ସିଗାରେଟ କାରଖାନା ଉପରେ ଚଢାଉ କରିଛି। 

ବିଶେଷ ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ନକଲି ସିଗାରେଟ କାରଖାନାରେ ଚଢାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ସିଗାରେଟ ଓ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ତେବେ ଦୀର୍ଘ ବର୍ଷ ଧରି ନାମୀଦାମୀ ବ୍ରାଣ୍ଡର ସିଗାରେଟରେ ଗଞ୍ଜେଇ ସିଗାରେଟ ପ୍ରସ୍ତୁତ କରି ବଜାରରେ ବିକ୍ରି ହେଉଥିବା ଚଢାଉ ବେଳେ ଜଣାପଡିଥିବା ବେଳେ ଅବକାରୀ ବିଭାଗ ସହାୟତାରେ କାରଖାନା ମାଲିକକୁ ଗିରଫ କରି କଳା ସାମ୍ରାଜ୍ୟର ଖିଅ ଖୋଜୁଛି ପ୍ରଶାସନ । 

ବ୍ଲାକ ସିଗାରେଟର କଳା ବଜାରୀ । ନାମିଦାମୀ ବ୍ରାଣ୍ଡର ସିଗାରେଟ ନାଁରେ ଚାଲିଥିଲା ଗଞ୍ଜେଇ ସିଗାରେଟର କାରବାର । ଅସଲି ନାଁରେ ବର୍ଷ ବର୍ଷ ଧରି ଚାଲିଥିଲା ନକଲି କାରବାର । ଲକଡାଉନ ଖୋଲି ଦେଲା କଳା ବ୍ୟବସାୟୀଙ୍କ ଗୁମର। ଘର କୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ କର୍ମଚାରୀ ସ୍କ୍ରିନିଂ ଟେଷ୍ଟ କରୁଥିବା ବେଳେ ମିଳିଲା ନକଲି ସିଗାରେଟ କାରଖାନାର ସୁରାକ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ଦୀର୍ଘ ବର୍ଷ ଧରି ପୋଲିସ ଓ ଅବକାରୀ ବିଭାଗର ନାକ ତଳେ ଚାଲିଥିବା କଳା କାରବାରକୁ ଠାବ କରିବାରେ ସଫଳ ହୋଇଛି ପ୍ରଶାସନର ସ୍ୱତନ୍ତ୍ର ଟିମ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ କାଳୁ ପାତ୍ର ସାହିରେ ଏକ ଘର ଉପରେ  ଚଢାଉ କରି ବ୍ଲାକ ନାମକ ଏକ ବ୍ରାଣ୍ଡ ସିଗାରେଟ ପ୍ରସ୍ତୁତ ସାମଗ୍ରୀ ଓ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କମ୍ପାନୀ ମାଲିକ ବାପ ସାହୁକୁ ଗିରଫ କରି ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି ପ୍ରଶାସନ। ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Add Zee News as a Preferred Source

ଗତ କିଛି ଦିନ ଧରି ସହରରେ ଲକଡାଉନ ଜାରି ରହିଥିବା ବେଳେ ସକ୍ରିୟ ହୋଇଛି ନିଶା କାରବାର । ମୁନାଫାଖୋର ବ୍ୟବସାୟୀମାନେ ନିଜ କଳା ସାମ୍ରାଜ୍ୟକୁ ବେଧଡକ ଚଳାଇଥିବା ଖୋଦ୍ ଅବକାରୀ ବିଭାଗ ସ୍ୱିକାର କରିଛି। ତେବେ ଏହି ନକଲି ସିଗାରେଟ କାରଖାନା ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୋଳତାଡ ଚାଲିଥିବା ବେଳେ ଅତିଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଡେଣ୍ଟ ।

About the Author