ମୁଣ୍ଡ ବିନ୍ଧାଉଛି କୋରୋନା ମାମଲା, ଘରକୁ ଫେରିଛନ୍ତି ୫୦ ପ୍ରତିଶତ
Advertisement
Article Detail0/zeeodisha/odisha685538

ମୁଣ୍ଡ ବିନ୍ଧାଉଛି କୋରୋନା ମାମଲା, ଘରକୁ ଫେରିଛନ୍ତି ୫୦ ପ୍ରତିଶତ

ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ତାଲିକା ଶୀର୍ଷରେ ରହିଥିବା ବେଳେ ସ୍ଥିତି ଉଦବେଗ ଜନକ ଭିତରେ ଗତି କରୁଥିବା କୁହାଯ଼ାଉଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ପ୍ରଥମ ପର୍ଯ୍ୟାୟରେ ଅନେକ ପ୍ରବାସୀ ମୁକ୍ତିପାଇଥିବା ଦେଖିବାକୁ ମି

ମୁଣ୍ଡ ବିନ୍ଧାଉଛି କୋରୋନା ମାମଲା, ଘରକୁ ଫେରିଛନ୍ତି ୫୦ ପ୍ରତିଶତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ତାଲିକା ଶୀର୍ଷରେ ରହିଥିବା ବେଳେ ସ୍ଥିତି ଉଦବେଗ ଜନକ ଭିତରେ ଗତି କରୁଥିବା କୁହାଯ଼ାଉଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ପ୍ରଥମ ପର୍ଯ୍ୟାୟରେ ଅନେକ ପ୍ରବାସୀ ମୁକ୍ତିପାଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଲକ୍ଷାଧିକ ଦାଦନ ଗଞ୍ଜାମ ଫେରିବା ଲାଗି ପଞ୍ଜିକରଣ କରିଥିବା ବେଳେ ଜଗନ୍ନାଥପୁର ରେଳ ଷ୍ଟେସନ ପରିବର୍ତ୍ତେ ଆଜି ଠାରୁ ବ୍ରହ୍ମପୁର ଷ୍ଟେସନରେ ପ୍ରବାସୀଙ୍କ ଟ୍ରେନ ପହଞ୍ଚିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଷ୍ଟେସନ ଅଞ୍ଚଳକୁ ୧୪୪ ଧାରା ଘଟଣା କରିବା ପରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯ଼ାଇଛି। 

ଗତ କିଛି ଦିନ ଧରି ଜିଲ୍ଲାରେ କୋରୋନା ସଂକ୍ରମଣର ମାମଲାରେ ମାତ୍ରାଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ତେବେ ଆଜି ପୁଣି ୧୯ ଜଣ ପଜେଟିଭ ଚିହ୍ନଟ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଆଜିର ୧୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ରର ହୋଇଥିବା ବେଳେ ଟ୍ରାଭେଲ ହିଷ୍ଟ୍ରୀ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଏହା ମଧ୍ୟରୁ ୩ଟି ମାମଲା ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି। 

ଜିଲ୍ଲାରେ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସୁସ୍ଥ ହୋଇ ଫେରିଥିବା ବେଳେ ଏହା ଏକ ସାଇକ୍ଲିଂ ପ୍ରକ୍ରିୟାକୁ ଆସି ଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବର୍ତ୍ତମାନ ସୁଦ୍ଧା ୪୧ଟି ଟ୍ରେନ ଯୋଗେ ପାଖାପାଖି ୫୦ ହଜାର ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଆସିଥିବା ବେଳେ ସେମାନଙ୍କ ଲାଗି ୨୯ ସହ ସଂଗରୋଧ ଗୃହ ରହିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ ସହ ୪୧ ପଜିଟିଭ ଚିହ୍ନଟ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୭ ଜଣ ଏବେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। 

ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଆହୁରି ୨ ଲକ୍ଷ ଲୋକ ଘର ବାହୁଡା ହେବାଲାଗି ପଞ୍ଜିକରଣ କରିଥିବା ବେଳେ ପ୍ରବାସୀଙ୍କ ଟ୍ରେନ ଜଗନ୍ନାଥପୁର ପରିବର୍ତ୍ତେ ବ୍ରହ୍ମପୁର ରେଳ ଷ୍ଟେସନକୁ ଆଜିଠାରୁ ଚୟନ କରିଛି ଜିଲ୍ଲା ପ୍ରଶାସନ। ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବା ସହ ଷ୍ଟେସନ ଅଞ୍ଚଳକୁ ୧୪୪ ଧାରା ଜାରି କରାଯାଇଥିବା ଏସପି ସୂଚନା ଦେଇଛନ୍ତି। 

;