ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ସରପଞ୍ଚ
Advertisement
Article Detail0/zeeodisha/odisha680105

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ସରପଞ୍ଚ

ସାରାଦେଶ କୋରୋନା ମହାମାରୀ କବଳରେ ଥିବାବେଳେ କୋରୋନାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ସୋରଡ଼ା ବ୍ଲକର ଗୌଡ଼ଗୋଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରାମ ଶବର ଜିଲ୍ଲାପାଳ କ୍ଷମତାର ବ୍ୟବହାର କରିଛନ୍ତି। ଜିଲ୍ଲାପାଳଙ୍କ କ୍ଷମତାକୁ ବ୍ୟବହାର କରି ଗୌଡ଼ଗୋଠ ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି।  ସୂଚନାଯୋଗ୍ୟ ଆଜି ସକାଳ ୭ଟା ଠାରୁ ଆ

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ସରପଞ୍ଚ

ବ୍ରହ୍ମପୁର: ସାରାଦେଶ କୋରୋନା ମହାମାରୀ କବଳରେ ଥିବାବେଳେ କୋରୋନାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ସୋରଡ଼ା ବ୍ଲକର ଗୌଡ଼ଗୋଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରାମ ଶବର ଜିଲ୍ଲାପାଳ କ୍ଷମତାର ବ୍ୟବହାର କରିଛନ୍ତି। ଜିଲ୍ଲାପାଳଙ୍କ କ୍ଷମତାକୁ ବ୍ୟବହାର କରି ଗୌଡ଼ଗୋଠ ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ ଆଜି ସକାଳ ୭ଟା ଠାରୁ ଆସନ୍ତା କାଲି ୭ଟା ପର୍ଯ୍ୟନ୍ତ ପୁରା ଗୌଡ଼ଗୋଠ ପଞ୍ଚାୟତ ସଟ ଡାଉନ ରହିବ ବୋଲି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି।  

ସେପଟେ ବହୁ ମାତ୍ରାରେ ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆ ମାନେ ଆସି ବିଭିର୍ଣ୍ଣ ଗ୍ରାମର କ୍ଵାରୋଣ୍ଟାଇନ ରହୁଥିବାବେଳେ  କାଳେ କେଉଁ ମୁହୂର୍ତ ରେ କୋରୋନା ସଂକ୍ରମଣ ବ୍ୟାପିଯିବ ସେଥିପାଇଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ଏହି ଗୌଡ଼ଗୋଠ ପଞ୍ଚାୟତ 42 ଗୋଟି ଗ୍ରାମ ଥିବାବେଳେ ସମସ୍ତ ଜନସାଧାରଣଙ୍କ ସୁରକ୍ଷା କୁ ଦୁଷ୍ଟିରେ ରଖି ସରପଞ୍ଚ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ଏହି ସଟଡାଉନ କୁ ଅଂଚଳ ବାସୀ ପୂର୍ଣ୍ଣ ସମର୍ଥନ କରିଥିବା ଜଣାପଡିଛି । 

;