ଅଭିଯୋଗ ପରେ ପୋଲସରା ପୋଲିସ ଏକ ମାମଲା ରୁଜୁ କରିଛି । ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି ।
Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ମଞ୍ଜୁସାଙ୍କ ବାପା । ପୋଲିସ ଘଟଣାର ତଦନ୍ତ କରୁଛି ।
ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅ ୨ ବର୍ଷ ତଳେ ଜଣେ ଗୁଜରାଟି ପୁଅ ସହ ପଳେଇ ଯାଇଥିଲେ । ତେବେ ଗତ ୮ ମାସ ତଳେ ନିଜ ଗ୍ରାମ କୋଙ୍କରଡାକୁ ଫେରି ଏକ ଭଡ଼ା ଘରେ ରହୁଥିଲେ । ହେଲେ ଆଜି ସକାଳୁ ଝିଅ ମଞ୍ଜୁସାଙ୍କ ମୃତ୍ୟୁ ହୋଇଥିବା ଜାଣି ବାପା ପୋଲସରା ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ତେବେ ଅଭିଯୋଗ ପରେ ପୋଲସରା ପୋଲିସ ଏକ ମାମଲା ରୁଜୁ କରିଛି । ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି ।