ଖେଳୁ ଖେଳୁ ଫୁଟିଗଲା ଡିଟୋନେଟର, ୩ ଛାତ୍ର ଗୁରୁତର

ପିଲାମାନେ ବ୍ୟାଟେରି ଏବଂ ଡିଟୋନେଟର ହାତରେ ଧରି ଖେଳୁଥିଲେ । ତେବେ ଡିଟୋନେଟରକୁ ବ୍ୟାଟେରି ସହ ସଂଯୋଗ କରିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । 

ଖେଳୁ ଖେଳୁ ଫୁଟିଗଲା ଡିଟୋନେଟର, ୩ ଛାତ୍ର ଗୁରୁତର
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଅଘଟଣ । ଖେଳୁଥିବା ସମୟରେ ହାତରେ ଡିଟୋନେଟର ବିସ୍ଫୋରଣ ଘଟି ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ହିଞ୍ଜଳିକାଟୁ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୂଚନା ମୁତାବକ, ପିଲାମାନେ ବ୍ୟାଟେରି ଏବଂ ଡିଟୋନେଟର ହାତରେ ଧରି ଖେଳୁଥିଲେ । ତେବେ ଡିଟୋନେଟରକୁ ବ୍ୟାଟେରି ସହ ସଂଯୋଗ କରିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । 

ସେପଟେ ଗାଁରେ ବହୁ ପରିମାଣରେ ଡିଟୋନେଟର ମହଜୁତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଘଟଣାକୁ ହାଲୁକା ଭାବେ ନେଉଥିବା ଦେଖିବାକୁ ମିଳିଛି । 

ଆହୁରି ପଢ଼ନ୍ତୁ; ସୁପରିଟେଣ୍ଡିଂ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ