ଭଞ୍ଜନଗର ଘୁମୁସର ବନଖଣ୍ଡ ଅଞ୍ଚଳରେ ବାଘ ଆତଙ୍କ
ମୃତ ଛେଳିଙ୍କ କ୍ଷତାକ୍ତ ଅଂଶକୁ ଦେଖି ଏହା ନିଶ୍ଚୟ ବାଘ ଆକ୍ରମଣ ବୋଲି କୁହାଯାଇଛି । ଖବରପାଇ ବନବିଭାଗ କର୍ମଚାରୀ ପହଁଚି ଘଟଣାର ତଦନ୍ତ ଚଳାଇଛନ୍ତି ।
Trending Photos
)
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳର ତେନ୍ତୁଳିଆ ଗାଁରେ ବାଘ ଆତଙ୍କ । ଗାଁରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହାପରଠୁ ଗ୍ରାମ ବାସିନ୍ଦାଙ୍କ ଆଖିରୁ ନିଦ ହଜି ଯାଇଛି ।
ଗ୍ରାମ ରେ ୩ଟି ଛେଳି କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ପଡିଥିବା ବେଳେ, ୪ ଛେଳି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ମୃତ ଛେଳିଙ୍କ କ୍ଷତାକ୍ତ ଅଂଶକୁ ଦେଖି ଏହା ନିଶ୍ଚୟ ବାଘ ଆକ୍ରମଣ ବୋଲି କୁହାଯାଇଛି । ଖବରପାଇ ବନବିଭାଗ କର୍ମଚାରୀ ପହଁଚି ଘଟଣାର ତଦନ୍ତ ଚଳାଇଛନ୍ତି ।
ଗାଁ ଲୋକେ ବାଘ ଭୟରେ ଠେଙ୍ଗା ବାଡି ଧରି ରାତି ରାତି ଉଜାଗର ରହି ମଶାଳ ଜାଳି ଗାଁରେ ପହଁରା ଦେଉଛନ୍ତି । ବାଘ ଭୟରେ ଲୋକେ ଘରୁ ବାହାରୁନଥିବା ବେଳେ ପାଠପଢିବା ପାଇଁ ପିଲାମାନଙ୍କୁ ସ୍କୁଲ ଛଡା ଯାଉନାହିଁ । ଜଙ୍ଗଲରେ କ୍ୟାମେରା ଲଗାଇ ବାଘର ଗିତିବିଧି ଉପରେ ନଜର ରଖାଯିବ ବୋଲି ରେଂଜର କହିଛନ୍ତି ।