କୋରୋନା କାଳରେ କଠୋର କଟକଣା, ଜିଲ୍ଲାବାସୀଙ୍କ ସ୍ୱାଗତ

ଗଞ୍ଜାମରେ କୋରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରତିଦିନ ଶହଶହ ରୋଗୀ ଚିହ୍ନଟ ହେବାର ଲାଗିଛନ୍ତି।  ଗାଁଠୁ ସହର ସବୁଠି ପରିସ୍ଥିତି ଉଦବେଗଜନକ ରହିଛି। ଜିଲ୍ଲାରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସହରାଞ୍ଚଳ ଓ ମହାନଗର ନିଗମକୁ ଆସନ୍ତା କାଲି ଠାରୁ ୫ ଦିନିଆ ସଟ ଡା

କୋରୋନା କାଳରେ କଠୋର କଟକଣା, ଜିଲ୍ଲାବାସୀଙ୍କ ସ୍ୱାଗତ

ବ୍ରହ୍ମପୁର: ଗଞ୍ଜାମରେ କୋରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରତିଦିନ ଶହଶହ ରୋଗୀ ଚିହ୍ନଟ ହେବାର ଲାଗିଛନ୍ତି।  ଗାଁଠୁ ସହର ସବୁଠି ପରିସ୍ଥିତି ଉଦବେଗଜନକ ରହିଛି। ଜିଲ୍ଲାରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସହରାଞ୍ଚଳ ଓ ମହାନଗର ନିଗମକୁ ଆସନ୍ତା କାଲି ଠାରୁ ୫ ଦିନିଆ ସଟ ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏପରିକି ଆନ୍ତଜିଲ୍ଲା ଯାତାୟତ ଉପରେ କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗଞ୍ଜାମ ଓ ଖୋର୍ଦ୍ଧା  ସୀମା ସିଲ କରି ଯାତାୟତ ଉପରେ କଟକଣାକୁ କଡାକଡି କରିଛି। 

ଜିଲ୍ଲାରେ ଆସନ୍ତା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ୫ ଦିନିଆ ସଟଡାଉନ ଘୋଷଣା ହୋଇଛି। ଜିଲାର ୧୬ଟି ଏନଏସି, ୫ଟି ବ୍ଲକ ମୁଖ୍ୟାଳୟ ସମେତ ହିଞ୍ଜିଳି ମ୍ୟୁନିସିପାଲିଟି ସହ ବ୍ରହ୍ମପୁର ମହାନଗର ନିଗମରେ ପ୍ରତିଟି ପ୍ରବେଶ ପଥ ସିଲ ରହିବ। ଏହି ସମୟରେ ଚତୁର୍ଥ ପର୍ଯ୍ୟାୟ ମେଗା ସ୍କ୍ରିନିଂ ପ୍ରକ୍ରିୟାକୁ ସଫଳ କରିବା ଲକ୍ଷ୍ୟରେ ୨୦୦ଟି ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ବ୍ରହ୍ମପୁର ମହାନଗର ନିଗମର ୭୨ ହଜାର ପରିବାରର ୪ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୦୦ଟି ଟିମ ନିୟୋଜିତ ରହିବେ। ସେହିପରି ଅର୍ବାନ ଏରିଆରେ ୫୯ ହଜାର ୨୫୦ ପରିବାରର ୩ ଲକ୍ଷ ୬ ହଜାର ୩୯୧ଜଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯାଞ୍ଚ କରିବ ଟିମ। ଯାହାଦ୍ୱାର କୋରୋନା ଚେନକୁ ଭଙ୍ଗାଯାଇପାରିବ ବୋଲି ପ୍ରଶାସନ ଲକ୍ଷ ରଖିଥିବାବେଳେ, ଜନସାଧରଙ୍କ ସହାୟତା ଲୋଡିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଜିଲ୍ଲାରେ ଆଜି ପୁଣି ଥରେ ୨୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତିନି ଜଣଙ୍କ ମୁଣ୍ଡ ନେଇଛି କୋରୋନା। ଯାହା ଏବେ ପ୍ରଶାସନ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ହେତୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଗ୍ରାମାଞ୍ଚଳ ଗୁଡିକରୁ ସହରାଞ୍ଚଳ ଅସୁଥିବା ଲୋକମାନଙ୍କ ଉପରେ ରୋକ ଲଗାଇଛି ଗଞ୍ଜାମ ପ୍ରଶାସନ। ଖୋର୍ଦ୍ଧା ଗଞ୍ଜାମ ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯାଇଛି।  ଉଭୟ ପାର୍ଶ୍ୱରେ ଆଜି ହଜାର ହଜାର ଗାଡି ଅଟକି ଥିବା ଦେଖିବାକୁ ମିଳିଥିଲା ସେପଟେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପିଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି।  ମେଡିକାଲ ଭିତରେ ଅଯଥାରେ ଭିଡ ଜମାଇବା ଉପରେ କଟକଣା ଜାରି କରିଛି ପ୍ରଶାସନ। ସାମାଜିକ ବ୍ୟବଧାନକୁ ଦୃଷ୍ଟିରେ ରଖି ପ୍ରଶାସନର ଏଭଳି କଡା ଅଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ।  କିନ୍ତୁ ଏମକେସିଜି ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିବାକୁ ଦାବି କରିଛନ୍ତି।