ଆଜି ବିଶ୍ୱ ପଖାଳ ଦିବସ, ଜାଣନ୍ତୁ ଇତିହାସ...

ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ । ଗତ କିଛି ବର୍ଷ ଧରି  ସାରା ବିଶ୍ୱରେ ଓଡ଼ିଆମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରୁଛନ୍ତି । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଖରାଦିନେ ପଖାଳ ସାଙ୍ଗରେ ଭରତା,ସାଗ ଭଜା, ସାଂଗକୁ  ବଡ଼ି

ଆଜି ବିଶ୍ୱ ପଖାଳ ଦିବସ, ଜାଣନ୍ତୁ ଇତିହାସ...

ବ୍ରହ୍ମପୁର: ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ । ଗତ କିଛି ବର୍ଷ ଧରି  ସାରା ବିଶ୍ୱରେ ଓଡ଼ିଆମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରୁଛନ୍ତି । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଖରାଦିନେ ପଖାଳ ସାଙ୍ଗରେ ଭରତା,ସାଗ ଭଜା, ସାଂଗକୁ  ବଡ଼ିଚୁରା ସ୍ୱାଦ ଟିକିଏ ଯେମିତି ନିଆରା । 

ଡାଇନିଂ ଉପରେ ସୋଭା ପାଉଛି ପଖାଳ କଂସା । ଛୁଙ୍କ ଦିଆ ଦହି ପଖାଳ ସହ ବାଇଗଣ ଭର୍ତ୍ତା,ବଢିଚୁରା,ସାଗଭଜା, ମାଛଭଜା, ଖଇଙ୍ଗା ସୁଖୁଆ, ବାଇଗଣ ଚେକା ଭଜା,  ଧନିଆ, ନଡ଼ିଆ ଚଟଣି ଭଳି କେତେ କଣ ।  ଗରିବ ଓଡିଆଙ୍କ ଘରେ ଘରେ ପରିଚିତ  ପାରମ୍ପରିକ ସହଜ ଖାଦ୍ୟ ର ସ୍ୱାଦକୁ ଟିକେ ମଜା ଉଠାଇବା ଲାଗି ଏକତ୍ରିତ ହୋଇଛନ୍ତି ପୁରା ପରିବାର । କାରଣ ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଏଭଳି ଏକ ନିଆରା ମୁହୂର୍ତ୍ତ କୁ ଉପଭୋଗ କରିବା ସହ ପଖାଳର ସ୍ଥିତିକୁ ବଞ୍ଚାଇ ରଖିବା ଲାଗି ଆଜିର ଦିନକୁ ଚାହିଁ ବସିଥାନ୍ତି ସମସ୍ତ ଓଡିଆ । ଖାଲି ଓଡିଶା ନୁହେଁ ଦେଶ ତଥା ଦେଶ ବାହାରେ ଓଡିଆଙ୍କ ପ୍ରିୟ ପଖାଳ ବଡ ବଡ ହୋଟେଲର ଡାଇନିଂ ଟେବୁଲ ରେ ମଧ୍ୟ ସୋଭା ପାଉଥିବା ଦେଖିବାକୁ ମିଳିଛି । 

୨୦୧୧ ମସିହା ଠାରୁ ଆଗ୍ରହୀ ଓଡ଼ିଆ ଓ ଅଣଓଡ଼ିଆ ପଖାଳପ୍ରେମୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା । ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ରାଜ୍ୟ ଓ ରାଜ୍ୟ ବାହାରେ ତାରକା ହୋଟେଲମାନଙ୍କରେ ମଧ୍ୟ ଏହି ଓଡ଼ିଆ ଖାଦ୍ୟ ମେନୁରେ ସାମିଲ ହେଲାଣି ।ଏହି ଓଡ଼ିଆ ଖାଦ୍ୟଟି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ଖାଇଥାଆନ୍ତି । ଓଡିଶାରେ ଯଦିଓ ଛୁଙ୍କ ଦହି ପଖାଳ  ଭାବେ ସମସ୍ତେ ଜାଣନ୍ତି ହେଲେ ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପାନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ”, ଛତିଶଗଡ଼ରେ “ବୋରେ ଭାତ”, ମାଲାୟାଲାମରେ “ବଲ୍ଲୁ ଚୋରୁ” ଓ ତାମିଲନାଡ଼ୁରେ “ବକାଲ ବାତ” ବୋଲି କୁହାଯାଏ।   ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀତୋରାଣି ସହ ଖାଇବାର ପରମ୍ପରା ନାହିଁ ।