• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।
  • ବରିଷ୍ଠ ଟେଲି ଅଭିନେତା ରବି ମିଶ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଟ୍ରାଫିକ ନିୟମ: ନିୟମକୁ ଜୋରଦାର କରିବା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଡିସେମ୍ବର ୧ରୁ ହଜିବ ନିଦ    

ଟ୍ରାଫିକ ନିୟମ: ନିୟମକୁ ଜୋରଦାର କରିବା ଲାଗି  ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କଡା କଡି ହେବାକୁ ଯ଼ାଉଛି ନୁତନ ଟ୍ରାଫିକ ନିୟମ । ମୁଖ୍ୟମନ୍ତ୍ରୀ ଦେଇଥିବା  ତିନି ମାସର ମହଲତ ସରିବାକୁ ଆସୁଥିବା ବେଳେ ଗାଡି ଚାଳକଙ୍କ ମଧ୍ୟରେ ଦେଖା ଦେଲାଣି ଧଡ ପଗଡ । ଯେକୌଣସି  ପ୍ରକାର ଫାଇନର ଛାଟରୁ ବର୍ତ୍ତିବା ଲାଗି ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି  ଗାଡି ଚାଳକ । ଏହାକୁ ନେଇ  ବିଭିନ୍ନ ଜାଗାରେ ଦେଖା ଦେଇଛି ବ୍ୟତିକ୍ରମ । ସେପଟେ ପୋଲସ ମଧ୍ୟ ପୁଣିଥରେ ନିୟମକୁ  ଜୋରଦାର କରିବା ଲାଗି ପୁରା ପ୍ରସ୍ତୁତ ହୋଇ ରହିଥିବା ବେଳେ ଏବେ ଜନସାଧାରଣଙ୍କୁ କରାଉଛି ସଚେତନ ।  

 ଆସନ୍ତା  ଡିସେମ୍ବର  ପହିଲାରୁ ନିୟମକୁ କଡା କଡି କରିବା ନିମନ୍ତେ ପୁରା ତୟାର ହୋଇ ରହିଛି ଗଞ୍ଜାମ ପୋଲିସ ଓ ଜିଲ୍ଲା ପ୍ରଶାସନ । ବିନା ହେଲମେଟ ଧାରି ଓ ମଦ୍ୟପ ଗାଡି ଚାଳକଙ୍କୁ ଲଗାମ ଲଗାଇବାକୁ  ସ୍ୱତନ୍ତ୍ର  ପ୍ରସ୍ତୁତି କରାଯ଼ାଇଥିବା ବେଳେ ଗାଡିର ଆବଶ୍ୟକୀୟ କାଗଜ ପତ୍ର, ପଲ୍ୟୁସନ ,ଇନସୁରାଂସ ଭଳି ଡକ୍ୟୁମେଣ୍ଟକୁ ମଧ୍ୟ ଜାଞ୍ଚ କରାଯିବ । ହାତରେ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଜନ ସାଧାରଣଙ୍କୁ ସଚେତନ କରିବା ସହ ସରକାରଙ୍କ ନୁଆଁ ନିୟମକୁ ମାନି ସହଯ଼ୋଗ କରିବାକୁ ନିବେଦନ କରିଛନ୍ତି ପୋଲିସ ଓ ପ୍ରଶାସନ ।

ସେପଟେ ଗାଡି ଚାଳକଙ୍କ ଭିତରେ ମଧ୍ୟ ଲାଗି ରହିଥି ଧଡପଗଡ । ଯାହାର ଫାଇଦା କିଛି ଜାଗାରେ ମୁନାଫା ଖୋର ବ୍ୟବସାୟୀ ମାନେ ନେଉଥିବା ଦେଖିବାକୁ ମିଳିଛି । ସହରରେ ବହୁଳ ମାତ୍ରାରେ ହେଲମେଟ ବ୍ୟବସାୟ ଚାଲିଥିବା ବେଳେ ଏଭେ ବିଭିନ୍ନ ରାସ୍ତା କଡରେ ନିମ୍ନ ମାନର ବିନା ଆଇ.ଏସ.ଆଇ ମାର୍କର ହେଲମେଟର ପସରା ମେଲାଇଛନ୍ତି ରାଜ୍ୟ ବାହାରର ବ୍ୟବସାୟୀ । 

Tags: