ଏଣିକି ସହରବାସୀଙ୍କ ସମସ୍ୟା ଦୂର କରିବ ଅର୍ବାନ ସେବା
Advertisement

ଏଣିକି ସହରବାସୀଙ୍କ ସମସ୍ୟା ଦୂର କରିବ ଅର୍ବାନ ସେବା

ଵ୍ରହ୍ମପୁର ମହାନଗର ନିଗମ ପିପିପି ମୋଡ଼ରେ ସହରବାସୀଙ୍କୁ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ମଲ୍ଟି ଆପ

ଏଣିକି ସହରବାସୀଙ୍କ ସମସ୍ୟା ଦୂର କରିବ ଅର୍ବାନ ସେବା

ରାଧାଶ୍ୟାମ ଆଚାର୍ଯ୍ୟ, ଵ୍ରହ୍ମପୁର: ଵ୍ରହ୍ମପୁର ବାସୀଙ୍କ ପାଇଁ ଆଉ ଏକ ଖୁସି ଖବର, ଏଣିକି ଘରେ ବସି ସପିଙ୍ଗ ଠାରୁ ଆରମ୍ଭ କରି ଘରର ଆବଶ୍ୟକୀୟ ସମସ୍ୟାର କରି ହେବ ସମାଧାନ । ଵ୍ରହ୍ମପୁର ମହାନଗର ନିଗମ ପିପିପି ମୋଡ଼ରେ ସହରବାସୀଙ୍କୁ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ମଲ୍ଟି ଆପ । ଏନେଇ ଉକ୍ତ ଘରେଇ ସଂସ୍ଥା ଓ ମହାନଗର ନିଗମ ମଧ୍ୟରେ ଚୁକ୍ତି ସରିଥିବାବେଳେ ଜାନୁଆରୀ ପହିଲାରୁ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ ରଖାଯାଇଛି। 

fallbackରେଶମ ନଗରୀ ବ୍ରହ୍ମପୁର ସହରର ଜନସଂଖ୍ୟା ସହ ତାଳଦେଇ ବଦଳି ଚାଲିଛି ଲୋକଙ୍କ ଜୀବନ ଶୈଳୀ । ଆଧୁନିକ ଯୁଗରେ ସାଧାରଣ ଲୋକଙ୍କ ନିତିଦିନିଆ ଘରେଇ ଆବଶ୍ୟକୀୟ ସମସ୍ୟାର ସମାଧାନ କରିବା ଲାଗି ଅଣ୍ଟା ଭିଡ଼ିଛି ଵ୍ରହ୍ମପୁର ମହାନଗର ନିଗମ । ଜାନୁଆରୀ ପହିଲା ଠାରୁ ସହରବାସୀଙ୍କ ସମସ୍ୟା ଦୂରୀକରଣ ଦିଗରେ ଆରମ୍ଭ ହେବାକୁ ଯାଉଛି ଅର୍ବାନ ସେବା । ମହାନଗର ନିଗମ ଓ ଜଷ୍ଟରିଚ ନାମକ ଏକ ଘରେଇ ସଂସ୍ଥା ସହ ଚୁକ୍ତିନାମା ସରିଥିବା ବେଳେ ଅତିଶୀଘ୍ର ଉପଲବ୍ଧ ହେବ ମଲ୍ଟି ଆପ । ଘରେ ବସି ସୁଲଭ ଦରରେ ଏହି ଆପ ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ ଜନସାଧାରଣ ସ୍ୱାସ୍ଥ୍ୟଗତ ଚିକିତ୍ସା ହେଉ ଅବା ଇଲକ୍ଟ୍ରୋନିକ ରିପେଆର, ପ୍ଲମ୍ବର, କାରପେଣ୍ଟର, ଇଲକ୍ଟ୍ରୋସିଆନ ଭଳି ୨୦ ରୁ ଉର୍ଦ୍ଧ ସେବା ଏହି ଆପ ରେ ଉପଲବ୍ଧ ରଖିବା ଲାଗି ନିଷ୍ପତି ନିଆଯାଇଛି । ଯାହାକି ବ୍ୟସ୍ତବହୁଳ ଜୀବନ ଶୈଳୀରେ ସୁଲଭ ଦରରେ ସ୍ୱଳ୍ପ ସମୟରେ ଉଚିତ୍ ସେବା ଗ୍ରାହକ ପାଇପାରିବେ ବୋଲି ଆଶା ବାନ୍ଧିଛି ମହାନଗର ନିଗମ ।

fallbackମହାନଗର ନିଗମର ଏଭଳି ଲକ୍ଷକୁ ସ୍ୱାଗତ କରିଛନ୍ତି ଵ୍ରହ୍ମପୁର ସହରର ବିଭିନ୍ନ ବର୍ଗର ଲୋକ, ଏଭଳି ଏକ ଆପ ଉପଲବ୍ଧ ହେବା ଦ୍ୱାରା ଖୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ  ଲାଭପ୍ରଦ ହେବା ସହ ବେକାରୀ ଯୁବକଙ୍କୁ ଜୀବିକା ଯୋଗାଇଦେବା ଲାଗି ବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ତେବେ, ଏଭଳି ଘରୋଇ  ସେବାକୁ ଦୃଷ୍ଟିରେ ରଖି କିଛି ଅସାମାଜିକ ବ୍ୟକ୍ତି ଚୋରି ଓ ଡକାୟତି ଭଳି ଅପବ୍ୟବହାର  କରିବାର ସମ୍ଭାବନା ଥିବା ବେଳେ, ଘରେଇ ସେବା ଯୋଗାଇଦେବା ନିମନ୍ତେ ବ୍ୟକ୍ତିଙ୍କୁ ଉପଯୁକ୍ତ ପରିଚୟ ପତ୍ର ସହ ଡ୍ରେସ କୋଡ଼ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଵ୍ରହ୍ମପୁର ବାସିନ୍ଦା।

ଵ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଥିବା ଏହି ଅର୍ବନ ସେବାର ଲକ୍ଷ୍ୟ  ସହର ବାସୀଙ୍କ ମନକୁ ଛୁଇଁ ଥିବା ବେଳେ, ଉପଯୁକ୍ତ ସେବା ଯୋଗାଇଦେବା କ୍ଷେତ୍ରରେ ଏହି ଆପ କେତେ ଫଳପ୍ରଦ ହେବ ତାହା ଅଗାମୀ ଦିନରେ ହିଁ  ସ୍ପଷ୍ଟ ହେବ ।