ସୁପରିଟେଣ୍ଡିଂ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଜି ସକାଳୁ ଭିଜିଲାନ୍ସର ୧୨ଟି ଟିମ୍ ଏକ କାଳିନ ଚଢାଉ କରିଛନ୍ତି । ବ୍ରହ୍ମପୁର, ଖଲିକୋଟ ଏବଂ ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ଚଢ଼ାଉ ହୋଇଛି ।

ସୁପରିଟେଣ୍ଡିଂ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ରାସ୍ତା ଓ କୋଠା ନିର୍ମାଣ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ବିନୋଦଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି ।  

ସୂଚନା ମୁତାବକ, ଆଜି ସକାଳୁ ଭିଜିଲାନ୍ସର ୧୨ଟି ଟିମ୍ ଏକ କାଳିନ ଚଢାଉ କରିଛନ୍ତି । ବ୍ରହ୍ମପୁର, ଖଲିକୋଟ ଏବଂ ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ଚଢ଼ାଉ ହୋଇଛି । ସୁପରିଟେଣ୍ଡିଂ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀଙ୍କ ବହୁ ପରିମାଣରେ ଆୟ ବହିର୍ଭୁକ୍ତ ସମ୍ପତି ଥିବା ଅନୁମାନ କରାଯାଉଛି । ତେବେ ଚଢ଼ାଉ ପରେ ଏନେଇ ସ୍ପଷ୍ଟ ଚିତ୍ର ଆସିବ । 

ଆହୁରି ପଢ଼ନ୍ତୁ; ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା