• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

'ତିତିଲି'ର କ୍ଷତି ପୂରଣ ଦାବିରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ

ଦାବି ମୁତାବକ, ତିତିଲି ମହାବାତ୍ୟା ସମୟରେ ରାଜ୍ୟର ଏହି ୩ ପଞ୍ଚାୟତର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଅନେକ ଥର ସର୍ଭେ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରାଗଲା ।

'ତିତିଲି'ର କ୍ଷତି ପୂରଣ ଦାବିରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ତିରିଲି ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ଗ୍ରାମବାସୀଙ୍କୁ ସହାୟତା ଓ କ୍ଷତିପୂରଣ  ଯୋଗାଇ ଦେବାରେ ରାଜସ୍ୱ ବିଭାଗର ଦୋମୁହାଁ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇ ଛନ୍ତି ତିନି ଖଣ୍ଡ ପଞ୍ଚାୟତର 20 ଖଣ୍ଡ ଗ୍ରାମବାସୀ । ଆଙ୍କୋଲି, ତୁମ୍ଭା ଓ ବୁରାତାଲ ପଞ୍ଚାୟତର ପାଖାପାଖି ୨ ଶହରୁ ଉର୍ଦ୍ଧ ପରିବାର ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ଲାଗି ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କ୍ଷତିଗ୍ରସ୍ତ ପରିବାର ଚେତାବନୀ ଦେଇଛନ୍ତି ।

ଦାବି ମୁତାବକ, ତିତିଲି ମହାବାତ୍ୟା ସମୟରେ ରାଜ୍ୟର ଏହି ୩ ପଞ୍ଚାୟତର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଅନେକ ଥର ସର୍ଭେ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରାଗଲା । ହେଲେ କିଛି ଅଧିକାରୀଙ୍କ ଅବହେଳା ଓ ରାଜନୈତିକ ଦୃଷ୍ଟିକୋଣର ଅଭାବ ଯୋଗୁଁ ଅନେକ ପରିବାର ଏବେ ଯାଏ ସର୍ବହରା ହୋଇ ଦିନ ବିତାଉଛନ୍ତି ।

ସେପଟେ କିଛି ନିର୍ଦ୍ଦିଷ୍ଟ ପରିବାରକୁ ସହାୟତା ଯୋଗାଇ ଦେଇ ପ୍ରଶାସନ ନିରବ ରହିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ଲାଗି ଆମରଣ ଅନଶନ ଜାରି ରଖିବା ଲାଗି ଗ୍ରାମବାସୀ ପରିବାର ଚେତାବନୀ ଦେଇଛନ୍ତି ।