ଗୁରୁ ଦେବ ହସ୍ପିଟାଲରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । 

ଗୁରୁ ଦେବ ହସ୍ପିଟାଲରେ ଉତ୍ତେଜନା
ପ୍ରତୀକାତ୍ମକ ଫଟୋ

ରାଧାଶ୍ୱାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରଠାରେ ଥିବା ଗୁରୁ ଦେବ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଚିକିତ୍ସା ଅବହେଳାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ରାତି ତମାମ ହସ୍ପିଟାଲ ପରିସରରେ  ଉତ୍ତେଜନା ପ୍ରକାଶ ପାଇଛି । 

ସୂଚନା ମୁତାବକ, ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହସ୍ପିଟାଲର ମାଲିକ ଓ ଡାକ୍ତର ପ୍ରଭାତ ପାଣିଗ୍ରାହୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଥାନାରେ ପଚରା ଉଚୁରା କରୁଛି । 

ଆହୁରି ପଢ଼ନ୍ତୁ; ମାଟ୍ରିକ ବିଭ୍ରାଟ: ପରୀକ୍ଷାରୁ ବଞ୍ଚିତ ହୋଇପାରନ୍ତି ଛାତ୍ର