ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ମାତ୍ର ୨୪ ଘଣ୍ଟା ମଧ୍ୟରେ ୫୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ସଭିଙ୍କୁ ଚିନ୍ତାରେ ପକାଇଦେଇଛି ।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କିଛି ଦିନ ପୂର୍ବରୁ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଏବେ ରାଜ୍ୟର ସମସ୍ତ ଜିଲ୍ଲାର ରେକର୍ଡ ଭାଙ୍ଗିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ମାତ୍ର ୨୪ ଘଣ୍ଟା ମଧ୍ୟରେ ୫୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ସଭିଙ୍କୁ ଚିନ୍ତାରେ ପକାଇଦେଇଛି ।
ଆକ୍ରାନ୍ତମାନେ ସୁରତ ଫେରନ୍ତା । ସମସ୍ତେ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ତେଣୁ ବାହାରକୁ ସଂକ୍ରମଣର ଏତେ ଭୟ ନାହିଁ । ମାତ୍ର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ୟ ପ୍ରବାସୀ ଓଡ଼ିଆଙ୍କୁ ଯେ ଏହାର ସଂକ୍ରମଣ ହୋଇଥିବା, ଏହି ଆଶଙ୍କାକୁ ଏଡ଼ାଇ ହେଉନାହିଁ । ସଙ୍ଗରୋଧ ଗୃହରେ ଏହାର ସଂକ୍ରମଣ ଦ୍ରୁତ ଗତିରେ ହୋଇଥିବା ଆଶଙ୍କା କରାଯାଉଛି ।
ପୂର୍ବରୁ ସଙ୍ଗରୋଧ ଗୃହରେ କି ପ୍ରକାର ଖାମଖିଆଲି ମନୋଭାବ ଦେଖିବାକୁ ମିଳିଥିଲା, ତାହା କାହାକୁ ଅଛପା ନୁହେଁ । ତେଣୁ ଏହା ଯେ ଆଗକୁ ସଂକ୍ରମଣର ବଡ଼ ବିପଦ ରହିଛି, ଏଭଳି କିଛି ଆଶଙ୍କା କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ସଙ୍ଗରୋଧ ଗୃହରେ ପ୍ରବାସୀ ଓଡ଼ିଆମାନେ ସମସ୍ତ ନିୟମ ମାନି ରହିବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ସଙ୍ଗରୋଧ ଗୃହର ଶହେ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।