ଦିବ୍ୟାଙ୍ଗ ରମେଶ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଗର୍ବ ଓ ଗୌରବ

ଶାରୀରିକ ଅକ୍ଷମତାକୁ ନେଇ ଅନେକ ସମୟରେ ଭାଙ୍ଗି ପଡନ୍ତି ଦିବ୍ୟାଙ୍ଗମାନେ । କିଛି ପରିବାର ଭାବନ୍ତି ଏମାନେ ଯେମିତି ଘର ପାଇଁ ଏକ ପ୍ରକାର ବୋଝ ସଦୃଶ । ହେଲେ ଆଜିର ସମାଜରେ ଏଭଳି କିଛି ଦିବ୍ୟାଙ୍ଗ ଅଛନ୍ତି ଅକ୍ଷମତାକୁ ଭୁଲ ପ୍ରମାଣିତ କରି ସାରା ଦେଶରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଖାଲି ନିଜ ପରିବାର ନୁହେଁ ବରଂ ସାରା ଦେଶ ଆଜି ସେମାନଙ୍କୁ ନେଇ ଗର୍ବିତ । ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଆଜି ନଜର ପକାଇବା ଏଭଳି ଜଣେ ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ଉପରେ....

ଦିବ୍ୟାଙ୍ଗ ରମେଶ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଗର୍ବ ଓ ଗୌରବ
ଫାଇଲ ଫଟୋ

ବ୍ରହ୍ମପୁର: ଶାରୀରିକ ଅକ୍ଷମତାକୁ ନେଇ ଅନେକ ସମୟରେ ଭାଙ୍ଗି ପଡନ୍ତି ଦିବ୍ୟାଙ୍ଗମାନେ । କିଛି ପରିବାର ଭାବନ୍ତି ଏମାନେ ଯେମିତି ଘର ପାଇଁ ଏକ ପ୍ରକାର ବୋଝ ସଦୃଶ । ହେଲେ ଆଜିର ସମାଜରେ ଏଭଳି କିଛି ଦିବ୍ୟାଙ୍ଗ ଅଛନ୍ତି ଅକ୍ଷମତାକୁ ଭୁଲ ପ୍ରମାଣିତ କରି ସାରା ଦେଶରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଖାଲି ନିଜ ପରିବାର ନୁହେଁ ବରଂ ସାରା ଦେଶ ଆଜି ସେମାନଙ୍କୁ ନେଇ ଗର୍ବିତ । ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଆଜି ନଜର ପକାଇବା ଏଭଳି ଜଣେ ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ଉପରେ....

ରମେଶ ହେଉଛନ୍ତି ଅନ୍ତର୍ଜାତୀୟ ହ୍ୱିଲ ଚେୟାର ଫେନସିଙ୍ଗ ଚମ୍ପିୟାନସିପ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ପିଲାଟି ଦିନରୁ ୭୦ ପ୍ରତିଶତ ଅକ୍ଷମ ଥିବା ରଶେମଙ୍କ ଦୃଢ଼ ମନୋବଳ ହିଁ ତାଙ୍କ ପାଇଁ ଆଣି ଦେଇଛି ଗୋଟିଏ ପରେ ଗୋଟିଏ ସଫଳତା । ଅତ୍ୟନ୍ତ ଗରିବ ପରିବାରର ରମେଶଙ୍କ ପିଲାଟି ଦିନରୁ ରହିଥିଲା ଖେଳ ପ୍ରତି ବେଶ ଆଗ୍ରହ । ଆଉ ୨୦୧୧ ମସିହାରେ ଆପଣେଇ ନେଇଥିଲେ ହ୍ୱିଲ ଚେୟାର ଫେନସିଙ୍ଗ  ଖେଳକୁ । ସାଙ୍ଗ ସାଥିଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗ ତାଙ୍କ ଖୋଲି ଦିଏ ଆଗକୁ ବଢିବାର ସୁଯୋଗ ।

ପ୍ରଥମ ଥର ଲାଗି ସେ ଚେନ୍ନାଇ ଠାରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ 4ଟି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ଆଉ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଛନ୍ତି ସେ । ଏସିଆନ ଗେମ ଠାରୁ ଆରମ୍ଭ କରି କମନୱେଲଥ ଗେମରେ ଭାଗ ନେଇ ୨୮ରୁ ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏବେ ଲକ୍ଷ୍ୟ ରଖିଛନ୍ତି ଅକ୍ଟୋବର ୨୦୨୦ ହେବାକୁ ଥିବା ଅଲମ୍ପିକ୍ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିବା । ଏଥିଲାଗି ଜାରି ରଖିଛନ୍ତି ରିତିମତ ଅଭ୍ୟାସ । ନିଜ ମନବଳକୁ ନ ଭାଙ୍ଗି ଆଗୁକୁ ବଢିବା ଲାଗି ଅନ୍ୟ ଦିବ୍ୟାଙ୍ଗଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା ।

ଜନ୍ମରୁ ରମେଶଙ୍କ ଦିବ୍ୟାଙ୍ଗ ଅବସ୍ଥା ଦେଖି ଭାଙ୍ଗି ପଡିଥିଲେ ପରିବାର ଲୋକେ । ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡୁଥିବା ରମେଶକୁ ସେହି ସମୟରେ ସହାୟତାର ହାତ ବଢାଇଥିଲେ ତାଙ୍କର ସମ୍ପର୍କୀୟ ଓ ସହପାଠୀ । ଏହି ବିରଳ ଖେଳ ପ୍ରତି ଓଡିଶାରେ ସେଭଳି କୌଣସି ପ୍ରତ୍ସାହନ ନଥିବା ବେଳେ ପ୍ରତିଟି ମୁହୁର୍ତ୍ତରେ ଅଭ୍ୟାସ କ୍ଷେତ୍ରରେ ସହାୟତା ଯୋଗାଇ ଦିଅନ୍ତି ସାଙ୍ଗମାନେ । ଏପରିକି ପରସ୍ପର ମଧ୍ୟରେ ଚାନ୍ଦା କରି ରମେଶଙ୍କୁ ଆଗକୁ ବଢାଇବାରେ ଅନେକ ପ୍ରୟାସ କରିଛନ୍ତି ସହପାଠୀ । ଏଭଳି ସ୍ଥିତିରେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ରମେଶ ମନୋବଳକୁ ଦୃଢ଼ କରିବା ସହ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଉଦାହରଣ ବୋଲି ସମସ୍ତେ ମନେ କରନ୍ତି । ତେବେ ରମେଶଙ୍କ ସଫଳତାକୁ ନେଇ ସାରା ଦେଶ ଆଜି ଗର୍ବିତ ଥିବା ବେଳେ ସରକାରୀ ସହାୟତା ତାଙ୍କ ପାଇ ଆଗକୁ ବଢିବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ।