• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଗଞ୍ଜାମ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ: WHO ର ଜୋରଦାର ପ୍ରୟାସ

ଫେବ୍ରୁଆରି ୨୫  ତାରିଖ ଠାରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଏହି ଔଷଧ ବିତରଣର ଲକ୍ଷ୍ୟ ରଖାଯାଇଥିବା ବେଳେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏହି ସଚେତନତାର ମଙ୍ଗ ଧରାଇ ଔଷଧ ସେବନ କରାଇବା ସହ ସେମାନଙ୍କ ଜରିଆରେ ଅବିଭାବକଙ୍କୁ ସଚେତନ କରାଇବାର ଲକ୍ଷ୍ୟ ରଖାଯାଇଛି ।  

ଗଞ୍ଜାମ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ: WHO ର ଜୋରଦାର ପ୍ରୟାସ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର:  ରାଜ୍ୟରେ ଫାଇଲେରିଆ ନିରାକରଣ ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ । ଓଡିଶାରୁ ସର୍ବାଧିକ ଫାଇଲେରିଆ ରୋଗୀ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହେଉଥିବା ନେଇ ଏକ ସର୍ଭେରୁ ସ୍ପଷ୍ଟ ହେବା ପରେ ଗଞ୍ଜାମ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷରେ ଆରମ୍ଭ ହୋଇଛି ଔଷଧ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ । ୱାର୍ଲ୍ଡ ହେଲଥ୍ ଅର୍ଗନାଇଜେସନର ଏକ ବିଶେଷଜ୍ଞ ଦଳ ବ୍ରହ୍ମପୁର ଗସ୍ତରେ ଆସି ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଫେବ୍ରୁଆରି ୨୫  ତାରିଖ ଠାରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଏହି ଔଷଧ ବିତରଣର ଲକ୍ଷ୍ୟ ରଖାଯାଇଥିବା ବେଳେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏହି ସଚେତନତାର ମଙ୍ଗ ଧରାଇ ଔଷଧ ସେବନ କରାଇବା ସହ ସେମାନଙ୍କ ଜରିଆରେ ଅବିଭାବକଙ୍କୁ ସଚେତନ କରାଇବାର ଲକ୍ଷ୍ୟ ରଖାଯାଇଛି । ଯାହା ଫଳରେ ଫାଇଲେରିଆକୁ ହରାଇବା ରେ ସରକାରଙ୍କ ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି। 
 
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଫାଇଲେରିଆ (Filaria)ରୋଗୀ ଚିହ୍ନଟ ହେଉଥିବା ନେଇ ଏକ ସର୍ଭେରୁ ଜଣାପଡି଼ବା ପରେ ତତ୍ପରତା ଦେଖାଇଛନ୍ତି ସରକାର ।  WHO ର ଭାରତ ମୁଖ୍ୟ ଡ଼. ଆଲୋକ ଜେଣ୍ଡର ଭୁକ୍ତରଙ୍କ ନେତୃତ୍ୱରେ ଏକ ଟିମ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମେ ବ୍ରହ୍ମପୁର ମେଡିକାଲ କ୍ୟାମ୍ପସର (Berhampur Medical Campus) ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ କରାଇବା ସହ ପିଲାଙ୍କୁ ଉପକାରିତା ଓ ଫାଇଲେରିଆ ଦୂରୀକରଣ ଦିଗରେ ଦିଆଯାଇଥିଲା ସଚେତନତାର ବାର୍ତ୍ତା । 

Also Read: 'ମିଛ କହିବାରେ Rahul Gandhi Gold, Silver, Bronze ପଦକ ବିଜେତା'

ଫାଇଲେରିଆ (Filaria) ହେବା ଦ୍ୱାରା ରୋଗୀଙ୍କ ପାଖରେ କିଭଳି ଜ୍ବରର ଲକ୍ଷଣ ଦେଖାଯାଏ କିଭଳି ଗୋଦରା ଗୋଡ ହେବାର ସମ୍ଭାବନା ଦେଖାଯାଏ ସେ ନେଇ ଅବଗତ କରାଯାଇଥିଲା । ଆଜିର ଛାତ୍ର ଆଗାମୀ ଦିନର ଭବିଷ୍ୟତ ହେବାକୁ ଥିବା ବେଳେ ପିଲାଙ୍କ ଜରିଆରେ ଅଭିଭାବକ ମାନଙ୍କୁ ଫାଇଲେରିଆ ଦୂରୀକରଣ ପାଇଁ ସଚେତନ କରାଇବାର ଲକ୍ଷ୍ୟ ରଖାଯାଇଛି । ଯାହା ଫାଇଲେରିଆ ମୁକ୍ତ ଗଞ୍ଜାମର (Ganjam) ଲକ୍ଷକୁ ସଫଳ କରିବ ବୋଲି ଆଶା ବାନ୍ଧିଛନ୍ତି ପ୍ରଶାସନିକ  ଅଧିକାରୀ ଓ ଡାକ୍ତରୀ ଟିମ୍। 
 
Also Read: ପ୍ରଥମେ ବିଭତ୍ସ ହତ୍ୟା, ପରେ କଲିଜାକୁ କାଢି ଆଳୁ ସହ କଲେ ତରକାରୀ

ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଫାଇଲେରିଆ ସଚେତନତା  (Filaria Awarness) କାର୍ଯ୍ୟକ୍ରମ ସାରା ରାଜ୍ୟରେ କରାଯିବ ବୋଲିସ ଜଣାପଡ଼ିଛି । ଫେବୃଆରୀ ୨୫ ତାରିଖ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରତ୍ୟେକଟି ଲୋକଙ୍କୁ ଫାଇଲେରିଆ ଔଷଧ  (Filaria Medicine) ସେବନ କରାଯିବ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ସମେତ ଗୁରୁତର ରୋଗୀଙ୍କୁ ଏହି ଔଷଧ ସେବାରୁ ବାଦ ଦିଆଯିବ । ଗଞ୍ଜାମ ଜିଲ୍ଲାର ଆସିକା , ବ୍ରହ୍ମପୁର ଓ ଛତ୍ରପୁର ମଣ୍ଡଳ କାରାଗାରରେ ମଧ୍ୟ ଅନ୍ତେବାସୀଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ ପାଇଁ ଦିଆଯିବ । ଜିଲ୍ଲାର ୩୭ ଲକ୍ଷ ୭୮ ହଜାର ୯୬୪  ଜଣ ଲୋକ ଙ୍କ ମଧ୍ୟରୁ ୩୫ ଲକ୍ଷ ୫୨ ହଜାର ୨୨6 ଜଣ ଲୋକ ଏହି ଔଷଧ ସେବନ କରିବାକୁ ଯୋଗ୍ୟ ଥିବା ସ୍ବାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି । ଫାଇଲେରିଆ ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା କହିଛନ୍ତି ଡାକ୍ତରୀ ଟିମ୍ । 

Edited: Zee Odisha Desk