ଜୀବନଯୁଦ୍ଧରେ ହାରିଗଲେ ମିନାକ୍ଷୀ
Advertisement

ଜୀବନଯୁଦ୍ଧରେ ହାରିଗଲେ ମିନାକ୍ଷୀ

ପୁଅ ପାଇଁ ନ୍ୟାୟ ଭିକ୍ଷା କରି ଶେଷରେ ଜୀବନ ହାରିଛନ୍ତି ମା'। ଘଟଣା ବ୍ରହ୍ମପୁର ଅଞ୍ଚଳର। ଗତ କିଛି ଦିନ ତଳେ ପୁଅକୁ ନ୍ୟାୟ ଭିକ୍ଷା ଦାବି କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ବିଜେଡ଼ି ନେତ୍ରୀ ମୀନାକ୍ଷୀ ମିଶ୍ର। ଫଳରେ ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଆଜି ତାଙ୍କର ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଜୀବନଯୁଦ୍ଧରେ ହାରିଗଲେ ମିନାକ୍ଷୀ

ବ୍ରହ୍ମପୁର: ପୁଅ ପାଇଁ ନ୍ୟାୟ ଭିକ୍ଷା କରି ଶେଷରେ ଜୀବନ ହାରିଛନ୍ତି ମା'। ଘଟଣା ବ୍ରହ୍ମପୁର ଅଞ୍ଚଳର। ଗତ କିଛି ଦିନ ତଳେ ପୁଅକୁ ନ୍ୟାୟ ଭିକ୍ଷା ଦାବି କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ବିଜେଡ଼ି ନେତ୍ରୀ ମୀନାକ୍ଷୀ ମିଶ୍ର। ଫଳରେ ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଆଜି ତାଙ୍କର ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଘଟଣାଟି ଏହିପରି। ଗତ କିଛି ଦିନ ତଳେ କୌଣସି କାରଣରୁ ମିନାକ୍ଷୀଙ୍କ ପୁଅକୁ ପୋଲିସ ଗିରଫ କରିନେଇଥିଲା। ମିନାକ୍ଷୀ ଏହାକୁ ବିରୋଧ କରିଥିଲେ। ମାତ୍ର ପୋଲିସ ତାଙ୍କ କଥାକୁ ନ ଶୁଣି ପୁଅକୁ ଗିରଫ କରିନେଇଥିଲା। ଫଳରେ ପୁଅ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ଭିକ୍ଷା କରିଥିଲେ। ଏପରିକି ଏସପିଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ। 

ମାତ୍ର ଏସପିଙ୍କ ଦେଖା ପାଇନଥିଲେ ମିନାକ୍ଷୀ। ଏସପି କାର୍ଯ୍ୟବ୍ୟସ୍ତତା ଦର୍ଶାଇ ତାଙ୍କୁ ଦେଖା କରିନଥିବା ମିନାକ୍ଷୀ ପରବର୍ତ୍ତି ମୁହୂର୍ତ୍ତରେ କହିଥିଲେ। ଏସପିଙ୍କ ଦେଖା ନ ମିଳିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। 

ସେପଟେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରୁ ଡାକ୍ତର ଭୁବନେଶ୍ୱରକୁ ପୁନର୍ବାର ସ୍ଥାନାନ୍ତର କରିଥିଲେ। ପାଖାପାଖି ୨୦ ଦିନ ଧରି ଜୀବନମରଣ ସହିତ ସଂଘର୍ଷ କରି ଆଜି ହାରିଯାଇଛନ୍ତି ମିନାକ୍ଷୀ। 

ତେବେ ମିନାକ୍ଷୀଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ମିନାକ୍ଷୀଙ୍କ ପୁଅର ଗିରଫଦାରୀ କୌଣସି ଅପରାଧିକ କାର୍ଯ୍ୟକଳାପ ପାଇଁ ହୋଇଥିଲା ନା ମିନାକ୍ଷୀ ମିଛ କହୁଥିଲେ। ସେପଟେ ଏସପି ମିନାକ୍ଷୀଙ୍କୁ କଣ ପାଇଁ ଦେଖା କରିନଥିଲେ, ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସୃଷ୍ଟି ହୋଇଛି।