ଅନ୍ୟପକ୍ଷେ ସୋମବାର ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୪୦୫୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Trending Photos
)
ଭଦ୍ରକ: ରାଜ୍ୟରେ କ୍ରମାଗତ ବଢ଼ି ଚାଲିଛି କୋରୋନା ଭୂତାଣୁ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତରେ ଆଜି(ସୋମବାର) ୨ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ କ୍ୱାରେଣ୍ଟାଇନରେ ଥିବାବେଳେ ଅନ୍ୟ ଜଣେ କ୍ୱାରେଣ୍ଟାଇନ ଅବଧି ଶେଷ ପରେ ହୋମ୍ କ୍ୱାରେଣ୍ଟାଇନରେ ଥିବାର ସୂଚନା ମିଳିଛୁ । ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ ଦିନ ପାଇଁ ଉକ୍ତ ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପଞ୍ଚାୟତର ପ୍ରବେଶ ପଥକୁ ସିଲ୍ କରାଯାଇଛି ।
ଅନ୍ୟପକ୍ଷେ ସୋମବାର ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୪୦୫୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨୭୦୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୩୩୩ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।