ମଦ ବିରୋଧି ଚୋରୋ ମଦ ବିକ୍ରି ଅଭିଯୋଗରେ ଗିରଫ
Advertisement

ମଦ ବିରୋଧି ଚୋରୋ ମଦ ବିକ୍ରି ଅଭିଯୋଗରେ ଗିରଫ

ଧାମନଗର ବ୍ଲକରେ ଶଙ୍କର ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ କରୁଥିଲେ।  ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ମାନବାଧିକାର କର୍ମୀ ଭାବରେ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମଦ ବିରୋଧି ଚୋରୋ ମଦ ବିକ୍ରି ଅଭିଯୋଗରେ ଗିରଫ

ବିବେକ ସାମଲ, ଭଦ୍ରକ: ମଦମୁକ୍ତ ଓଡିଶା ଗଠନ ପାଇଁ ଆନ୍ଦୋଳନ କରୁଥିଲେ, ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ ହେଲେ। ଭଦ୍ରକ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗର ମିଶ୍ର ସାହିର ଶଙ୍କର ମିଶ୍ରଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଧାମନଗର ବ୍ଲକରେ ଶଙ୍କର ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ କରୁଥିଲେ।  ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ମାନବାଧିକାର କର୍ମୀ ଭାବରେ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମଦମୁକ୍ତି ନାରାଦେଇ ବହୁ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ସହିତ ସଂପର୍କ ସୃଷ୍ଟି କରି ନିଜର ଏକ ପରିଚୟ ତିଆରି କରିଥିଲେ। କିନ୍ତୁ ଏସବୁର ଆଢୁଆଳରେ ରହି ଦୀର୍ଘଦିନ ଧରି ନିଜ ଅଞ୍ଚଳରେ ବେପାରୁଆ ଭାବରେ ମଦ ବେପାର କରି ଆସୁଥିଲେ।

Also Read: ଟିକାକରଣରେ ଚରମ ଅବହେଳା! ପ୍ରଥମ ଛାଡି କେମିତି ନେବେ ଦ୍ୱିତୀୟ ଡୋଜ୍ ଟିକା? ଅନଲାଇନ୍ ବୁକିଂ କରି ଜନ

ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଧାମନଗର ପୋଲିସ ବରମ୍ବାର ଯୁବକଙ୍କ ଦୋକାନରେ ଚଢ଼ଉ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କିନ୍ତୁ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସବ ଇନି୍ସପେକ୍ଟର ମୋତିଲାଲ ମାରାଣ୍ଡି ଓ ପୋଲିସ ଟିମ୍ ମିଳିତ ଭାବରେ ଚଢ଼ଉ କରି ସୋଧ ଧରମ ପଡିଆ ନିକଟରେ ବିପୁଳ ପରିମାଣରେ ମଦ ସହିତ ଏକ ମୋଟର ସାଇକେଲ ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଶଙ୍କର ମିଶ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।