Advertisement
Article Detail0/zeeodisha/odisha696701
Zee OdishaBhadrakଘରେ ଆମ୍ବ ସରିଯାଇଥିବା ଜାଣି ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ଅଭିଯୁକ୍ତ

ଘରେ ଆମ୍ବ ସରିଯାଇଥିବା ଜାଣି ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ଅଭିଯୁକ୍ତ

ଯାହା ଜଣାପଡ଼ିଛି, ଆମ୍ବ ଖାଇବାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ବିବେକାନନ୍ଦ ସାମଲ, ଭଦ୍ରକ: ରଜକୁ ନେଇ ଘରେ ଘରେ ପିଠା ପଣାର ଆସର ଜମିଥିବା ବେଳେ ନିଶାସକ୍ତ ସ୍ୱାମୀର ମାଡ଼ରେ ସ୍ତ୍ରୀର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଧାମନଗର ଥାନା ଜଳ ମଣ୍ଡୁଆ ଗାଁରେ । ମୃତ ମହିଳା ଜଣକ ହେଲେ ଗାଁର କାର୍ତ୍ତିକ ଜେନାର ସ୍ତ୍ରୀ ସସ୍ମିତା । ଅଭିଯୁକ୍ତ କାର୍ତ୍ତିକକୁ ପୋଲିସ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି । 

ଯାହା ଜଣାପଡ଼ିଛି, ଆମ୍ବ ଖାଇବାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଅଭିଯୁକ୍ତ କାର୍ତ୍ତିକ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀକୁ ପୂର୍ବରୁ ଆଣିଥିବା ଆମ୍ବ ମାଗିଥିଲା । ତେବେ ଆମ୍ବ ସବୁ ପିଲାମାନେ ଖାଇ ଦେଇଥିବା ଜାଣିବା ପରେ ସ୍ତ୍ରୀ ଉପରେ ରାଗିଯାଇଥିଲା ଅଭିଯୁକ୍ତ । ଏକ ବାଉଁସ ଫାଳିଆରେ ଆକ୍ରମଣ କରିଥିଲେ । ଏଥିରେ ସସ୍ମିତାଙ୍କ ମୃତ୍ୟୁ ହୋଇଛି । 

fallback

Add Zee News as a Preferred Source

ଘବର ପାଇ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସସ୍ମିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । 

About the Author