ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ
Advertisement

ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ

ଏବେ ରାଜ୍ୟ ଓ ରାଜଧାନୀରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି, ହେଲେ ବଜାର ହାଟରେ ଏପରି ବେଧଡ଼କ ସାମଗ୍ରୀ କିଣାବିକା ଦ୍ୱାରା ମାଗଣାରେ କୋରୋନା ଘରକୁ ଯିବାରେ କୌଣସି ଅସମ୍ଭବ ନାହିଁ ।

ଫାଇଲ ଫଟୋ

ଭୁବନେଶ୍ୱର: Savitri Amavasya 2021: ସାବିତ୍ରୀ ବଜାରରେ ନିଆଁ । ରାତି ପାହିଲେ ଓଡିଆ ତଥା ମହିଳାଙ୍କ ବଡ ପର୍ବ ସାବିତ୍ରୀ । ଲକଡାଉନ କଟକଣାରେ ବ୍ରତ ପାଳନ କରିବେ ମହିଳା । ଏହା ପୂର୍ବରୁ ଆଜି ଫଳ ଓ ପୂଜା ସାମଗ୍ରୀ କିଣିବାକୁ ବଜାରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । କଟକଣା ସତ୍ତ୍ୱେ ବି ରାଜଧାନୀ ଭୁବନେଶ୍ୱରର ପ୍ରତି ଛକ ବଜାରରେ ଆଜି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଫଳରେ କଟକଣା ମାନି କିଣାବିକା କରିବାକୁ କମିଶନରେଟ ପୋଲିସର ତାଗିଦ ସତ୍ତ୍ୱେ ଭିଡ ଅଣାୟତ୍ତ । ସେପଟେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ବଢାଇଛି ବିଏମସି ।

ଅଧିକ ପଢ଼ନ୍ତୁ:-ବିଏମସିର ମିଶନ୍ ଭ୍ୟାକ୍ସିନେସନ୍

ରାତି ପାହିଲେ ସାବିତ୍ରୀ ଆମାବସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାଧବା ନାରୀ ପାଳନ କରିବେ ବ୍ରତ । ଫଳ ମୂଳ ସାଙ୍ଗକୁ ଶାଢ଼ୀ, ସଙ୍ଖା, ସିନ୍ଦୁର ପୁଜି ଉପବାସ କରିବେ । ହେଲେ ଏହା ପୂର୍ବରୁ ଏ ହେଉଛି ବଜାରର ଦୃଶ୍ୟ । ଲକଡାଉନ କଟକଣାରେ ସକାଳ ୭ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁଥିବାରୁ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ସବୁ ଦୋକାନରେ ଲୋକେ ସାମାଜିକ ଦୂରତା ଭୁଲି କିଣିଥିଲେ ଫ ଓ ପୂଜା ସାମଗ୍ରୀ । ହେଲେ ବର୍ଷକୁ ଥରେ ଘରୁ ନ ବାହାରି ଫଳ ମୂଳ ନ କିଣିଲେ ବି ନ ଚଳେ ବୋଲି ରାଜଧାନିବାସୀ କହିଛନ୍ତି । କଟକଣା ମାନି ସଚେତନ ହୋଇ ନିରାଡମ୍ବର ପୂଜା କରିବେ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ତେବେ ରାଜଧାନୀର ସମସ୍ତ ମାର୍କେଟ ୟୁନିଟ ୧, ଆଇଡି ମାର୍କେଟ, ୟୁନିଟ ୪, ଡମଣା ହାଟ, ରସୁଲଗଡ, ଖଣ୍ଡଗରି ସବୁଠି ନାହିଁ ନଥିବା ଭିଡ । ସେପଟେ ଏହାକୁ ଏଡାଇବା ପାଇଁ ସକାଳେ ପ୍ରଥମେ କ୍ୟାପିଟାଲ ଥାନା ପକ୍ଷରୁ ୟୁନିଟ୍ ୧ ହାଟ କଡରେ ଥିବା ଠେଲା ଫଳ ଦୋକାନ ଗୁଡିକୁ ବିକେନ୍ଦ୍ରିକରଣ କରି ୟୁନିଟ ୨ କୁ ସ୍ଥାନାନ୍ତର କରାଯାଇଥିଲା । ଆଗକୁ ଭଡି ଏଡାଇବା ପାଇଁ ଏପରି କରାଯାଇଥିବା କମିଶନରେଟ ପୋଲିସର ଏସିପି ମାନସ ଗଡନାୟକ କହିଛନ୍ତି । ଅପରପଟେ ବିଏମସି ପକ୍ଷରୁ ମଧ୍ୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡକୁ କଡାକଡି କରାଯାଇଛି । ପୂର୍ବରୁ ଥିବା ୬ଟି ପରିବର୍ତ୍ତେ ଏବେ ୧୨ ଟି ସ୍କ୍ୱାର୍ଡ ଗଠନ କରାଯାଇଛି ଽ ବିଶେଷ କରି ସାବିତ୍ରି ଓ ରଜ ବଜାର ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଏବେ ରାଜ୍ୟ ଓ ରାଜଧାନୀରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି, ହେଲେ ବଜାର ହାଟରେ ଏପରି ବେଧଡ଼କ ସାମଗ୍ରୀ କିଣାବିକା ଦ୍ୱାରା ମାଗଣାରେ କୋରୋନା ଘରକୁ ଯିବାରେ କୌଣସି ଅସମ୍ଭବ ନାହିଁ ।