ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ୨ ପୁରୁଷଙ୍କ ମଧ୍ୟରେ ଜଣଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୬୦ ବର୍ଷୀୟ ।
Trending Photos
ଭୁବନେଶ୍ୱର: ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତମାନେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ୨ ପୁରୁଷଙ୍କ ମଧ୍ୟରେ ଜଣଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୬୦ ବର୍ଷୀୟ । ସେହିପରି ମହିଳା ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ ବୋଲି ଜଣାପଡ଼ିଛି । ତେବେ ୨ ଆକ୍ରାନ୍ତ ପୂର୍ବ ମାମଲା ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣଙ୍କ ବିଷୟରେ ଅନୁସନ୍ଧାନ କରାଯାଉଛି ।
Health Update, 26th April
03 New Positive Cases in Sundargarh (Rourkela)
23 Yr Male, 60 Yr Male & 57 Yr Female
(Two are confirmed close contacts of earlier positive case. One is a suspected contact)
Total Positive Case: 103
Contact tracing and followup action is being done.
— I & PR Department, Odisha (@IPR_Odisha) April 26, 2020
ଆପଣଙ୍କୁ ଏଠାରେ କହିରଖୁଛୁ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଫଳରେ ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ସେହିପରି ପୂର୍ବରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏବେ ୬୮ ଜଣ ଆକ୍ରାନ୍ତ ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।