• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼ କେଜିର ସ୍ୱର୍ଣ୍ଣ ଅଳଙ୍କାର

ମାନସିକ ବିକୃତଙ୍କ ପେଟରୁ ବାହାର କରାଯାଇଛି ୯୦ଟି ସ୍ୱର୍ଣ୍ଣ ମୁଦ୍ରା ସହିତ ଏସବୁ ଜିନିଷ

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼ କେଜିର ସ୍ୱର୍ଣ୍ଣ ଅଳଙ୍କାର
ମାନସିକ ବିକାରଗ୍ରସ୍ତଙ୍କ ପେଟରୁ ବାହାର କରାଯାଇଛି ସ୍ୱର୍ଣ୍ଣ ଅଳଙ୍କାର

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର:  ମାନସିକ ବିକାରଗ୍ରସ୍ତଙ୍କ ପେଟରୁ ବାହାରିଲା ସୁନା ଅଳଙ୍କାର । ପଶ୍ଚିମବଙ୍ଗର  ଜଣେ ଯୁବତୀଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ସୁନା ଅଳଙ୍କାର ବାହାର କରାଯାଇଛି । ତାଙ୍କ ପେଟରୁ ପାଖାପାଖି ୯୦ଟି ସ୍ୱର୍ଣ୍ଣ ମୁଦ୍ରା, ସୁନା ଚୁଡ଼ି, ପାଉଁଜି, ନାକ ଫୁଲ, କାନଫୁଲ ଆଦି ବାହାର କରାଯାଇଛି ।

ପଶ୍ଚିମବଙ୍ଗର ରାମପୁରହାଟ ସରକାରୀ ଡାକ୍ତରଖାନାରେ ସିନିୟର ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ ଏହି ଅପରେସନ କରି ଯୁବତୀଙ୍କ ପେଟରୁ ସୁନା ଅଳଙ୍କାର ବାହାର କରିଥିଲେ । ୨୬ ବର୍ଷିୟ ଯୁବତୀଙ୍କ ମାଆ କହିଥିଲେ ଯେ ସେ କିଛି ଦିନ ହେବ ତାଙ୍କ ଘରୁ ଜିନିଷ ସବୁ ଉଭେଇ ଯାଉଥିବା ଲକ୍ଷ୍ୟ କରିଥିଲେ । ଏହା ମଧ୍ୟ ତାଙ୍କୁ ଅନୁଭବ ହେଉଥିଲା ଯେ ତାଙ୍କର ମାନସିକ ବିକାରଗ୍ରସ୍ତ ଝିଅ ବୋଧେ ଜିନିଷ ସବୁ ଗିଳି ଦେଉଥିଲା ।
 
ତାଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ଝିଅ କିଛି ଦିନ ହେବ ଅସୁସ୍ଥ ଥିଲେ । ଖାଇବାକୁ ଦିଆଯାଉଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ତାକୁ ସେ ଫୋପାଡ଼ି ଦେଉଥିଲେ । ଧିରେ ଧିରେ ଅଳଙ୍କାର ଗାୟବ ହେବା ପରେ ଏନେଇ ଝିଅକୁ କୌଣସି ପ୍ରଶ୍ନ ପଚାରିଲେ ସେ କାନ୍ଦିବା ଆରମ୍ଭ କରିଦେଉଥିଲେ । ତାଙ୍କ ଝିଅ ମାନସିକ ବିକାରଗ୍ରସ୍ତ ବୋଲି ଘର ଲୋକ ସବୁବେଳେ ଝିଅ ଉପରେ ନଜର ରଖିଥାଆନ୍ତି । ତାପରେ ବି ସେ ଅଳଙ୍କାର ସବୁ କିପରି ଗିଳିଲା ତାହା ଆଶ୍ଚର୍ଯ୍ୟଜନକ । ଝିଅର ପେଟ ସମସ୍ୟା ଲାଗି ରହୁଥିବାରୁ ପରିବାର ଲୋକେ ବିଭିନ୍ନ ଡାକ୍ତରଖାନା ନେବା ପରେ ବି କେହି ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ । ଶେଷରେ ପଶ୍ଚିମବଙ୍ଗର ରାମପୁରହାଟ ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଅଳଙ୍କାର ବାହାର କରାଯାଇଥିଲା ।
 

ଏବେ ଯୁବତୀ ଜଣଙ୍କ ସୁସ୍ଥ ଅଛନ୍ତି ଓ ଆଗକୁ ଯେପରି ଏହିପରି ଅଘଟଣ ନ ଘଟେ ସେ ନେଇ ପରିବାର ଲୋକେ ସାବଧାନତା ଅବଲମ୍ୱନ କରିବେ ବୋଲି PTI କୁ କହିଛନ୍ତି