ଏକାଥରରେ ୧୦୧ କୋରୋନା ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha680508

ଏକାଥରରେ ୧୦୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ ସର୍ବାଧିକ ଗଞ୍ଜାମର ବୋଲି ଜଣାପଡ଼ିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ(୫୨)ର ଅଛନ୍ତି । ସେହିପରି ବାଲେଶ୍ୱରରୁ ୩୩, ଯାଜପୁରରୁ ୭, ସୁନ୍ଦରଗଡ଼ରୁ ୭ ଏବଂ କେନ୍ଦୁଝରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୱେବସାଇଟରୁ ଜଣାପଡ଼ିଛି । 

ଏବେ ନଜର ପକାଇବା ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ୨୧୦ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେଣି । ସେହିପରି ଯାଜପୁରରେ ୭୧, ବାଲେଶ୍ୱରରେ ୯୦, ଖୋର୍ଦ୍ଧାରେ ୫୦, ଭଦ୍ରକରେ ୩୧, ସୁନ୍ଦରଗଡ଼ରେ ୨୩, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୯, ମୟୂରଭଞ୍ଜରେ ୯, ଜଗତସିଂହପୁରରେ ୫, ବୌଦ୍ଧରେ ୪, ପୁରୀରେ ୪, କଟକରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବଲାଙ୍ଗୀରରେ ୨, କଳାହାଣ୍ଡିରେ ୨, ଝାରସୁଗୁଡ଼ାରେ ୨, କେନ୍ଦୁଝରରେ ୪ ଏବଂ କୋରାପୁଟ, ଦେବଗଡ଼, ନୟାଗଡ଼ ଓ ଢ଼େଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଲେଣି । 

;