ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରର ରହିଛନ୍ତି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ମୃତକ ଜଣକ କଟକର ଏବଂ ତାଙ୍କ ବୟସ ୭୫ ବର୍ଷ । ସେ ଏମ୍ସରେ ଚିକିତ୍ସତ ହେଉଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରର ରହିଛନ୍ତି । ଜିଲ୍ଲାରେ ୩୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଜଗତସିଂହପୁରରେ ୨୩, ଭଦ୍ରକରେ ୨୧, କେନ୍ଦ୍ରାପଡ଼ାରେ ୮, କଟକରେ ୪, ଖୋର୍ଦ୍ଧାରେ ୪, ପୁରୀରେ ୪, ଅନୁଗୋଳରେ ୨, ବାଲେଶ୍ୱରରେ ୨, ସମ୍ବଲପୁରରେ ୨ ଏବଂ ନୟାଗଡ଼ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରହିଛି । ଏମାନଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟ ୨୧୬ ଜଣଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଯାଜପୁରରେ ୧୬୮, ବାଲେଶ୍ୱରରେ ୧୨୧, ଭଦ୍ରକରେ ୯୫, ଖୋର୍ଦ୍ଧାରେ ୬୪, କେନ୍ଦ୍ରାପଡ଼ାରେ ୩୮, ପୁରୀରେ ୩୩, ସୁନ୍ଦରଗଡ଼ରେ ୨୭, କଟକରେ ୨୭, ଜଗତସିଂହପୁରରେ ୨୮, ଅନୁଗୋଳରେ ୧୭, ଓ ମୟୂରଭଞ୍ଜରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ନୟାଗଡ଼(୧୦), ବୌଦ୍ଧ(୫), କେନ୍ଦୁଝର(୮), କଳାହାଣ୍ଡି(୨), ବଲାଙ୍ଗୀର(୬), ଝାରସୁଗୁଡ଼ା(୨), କନ୍ଧମାଳ(୨), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୧) ଓ ସମ୍ବଲପୁର(୩)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସମୁଦାୟ ୯୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହେଲେଣି । ସେହିପରି ୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅର୍ଥାତ ଏବେ ଆଉ ୬୯୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।