ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ
Advertisement
Article Detail0/zeeodisha/odisha676516

ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ

ଭୁବନେଶ୍ୱରରେ କର୍ଫ୍ୟୁ

ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ

ଭୁବନେଶ୍ୱର: ରାଜଧାନୀରେ ୧୫ ଦିନ ପାଇଁ ଲାଗୁ ହେଲା କର୍ଫ୍ୟୁ। ପ୍ରତିଦିନ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବା ନେଇ ସୂଚନା ଦେଲେ ଭୁବନେଶ୍ୱର କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସନ୍ଧ୍ୟା ୭ଟାରୁ ଆରମ୍ଭ କରି ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁକୁ ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

 

କମିଶନର ଶ୍ରୀ ଷଡ଼ଙ୍ଗୀ ଟ୍ୱିଟରରେ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି, ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ। ଜରୁରୀକାଳୀନ ସେବା ସହିତ ଜଡ଼ତ ଥିବା ଲୋକମାନଙ୍କୁ ମଧ୍ୟ ଅନୁମତି ମିଳିବ। କିନ୍ତୁ ଏହି ସମୟ ମଧ୍ୟରେ ଲୋକଙ୍କୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସହରବାସୀଙ୍କୁ ଏହି ସମୟ ମଧ୍ୟରେ ଘରେ ରହିବାକୁ ଅନୁରୋଧ କରିଛନ୍ତି କମିଶନର ଶ୍ରୀ ଷଡ଼ଙ୍ଗୀ। 

ସୂଚନା ଯୋଗ୍ୟ ଦେଶରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର କିଛିଟା କୋହଳ କରିଛନ୍ତି। ଦେଶକୁ ତିନି ଭାଗରେ ବିଭକ୍ତ କରିଥିବା ବେଳେ, ଗ୍ରୀନ ଜୋନରେ ଚଳପ୍ରଚଳ ପାଇ ଅନୁମତି ପ୍ରଦାନ କରିଛନ୍ତି। ରେଡ ଜୋନରେ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅରେଞ୍ଜ ଜୋନରେ ଏହି ନିୟମରେ ସାମାନ୍ୟ କୋହଳ କରିଛନ୍ତି। ତେବେ ଭୁବନେଶ୍ୱର ରେଡ଼ ଜୋନରେ ଥିବାବେଳେ କମିଶନର ଆଜିଠାରୁ ଏହି କର୍ଫ୍ୟୁ ଲାଗୁ ନେଇ ସୂଚନା ଦେଇଛନ୍ତି। 

 

;