କୋରୋନା ଯୋଗୁ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହେଲାଣି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩୬ ଜଣଙ୍କ ଚିକିତ୍ସା ଜାରି ରହିଛି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ମାମଲା ମଧ୍ୟରେ କେବଳ ଗଞ୍ଜାମରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରୁ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
କୋରୋନା ଯୋଗୁ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହେଲାଣି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩୬ ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି । ଅନ୍ୟପଟେ ରାଜ୍ୟର ସମସ୍ତ ୩୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩୨୦ ଜଣଙ୍କ ଚିକିତ୍ସା ଜାରିରହିଛି ।
ଏବେ ନଜର ପକାଇବା ରାଜ୍ୟ ଡ୍ୟାସବୋର୍ଡ ଉପରେ । ଏପର୍ଯ୍ୟନ୍ତ ଗଞ୍ଜାମରେ ୧୩୭, ଯାଜପୁରରେ ୬୦, ଖୋର୍ଦ୍ଧାରେ ୫୦, ବାଲେଶ୍ୱରରେ ୪୨, ଭଦ୍ରକରେ ୩୧, ଅନୁଗୋଳରେ ୧୫, ସୁନ୍ଦରଗଡ଼ରେ ୧୪, କେନ୍ଦ୍ରାପଡ଼ାରେ ୯, ମୟୂରଭଞ୍ଜରେ ୮, ଜଗତସିଂହପୁରରେ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରେ ୩, ବୌଦ୍ଧରେ ୩, ବଲାଙ୍ଗୀରରେ ୨, କଳାହାଣ୍ଡିରେ ୨, ଝାରସୁରୁଡ଼ାରେ ୨, କେନ୍ଦୁଝରରେ ୨ ଏବଂ କଟକରେ ୨ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ନୟାଗଡ଼ରେ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।