• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାଜ୍ୟରେ କୋରୋନାର ସଂଗୀନ ସ୍ଥିତି, ୧୦ ହଜାର ଡେଇଁଲା ସକ୍ରିୟ ମାମଲା

ରାଜ୍ୟରେ କୋରୋନାର ସଂଗୀନ ସ୍ଥିତି, ୧୦ ହଜାର ଡେଇଁଲା ସକ୍ରିୟ ମାମଲା

୨୮ଟି ଜିଲ୍ଲାରୁ ୧୨୧୫ ଆକ୍ରାନ୍ତ ଚିହ୍ନଟ

Edited ByZee Odisha Desk
Published: Jul 28, 2020, 10:37 AM IST|Updated: Jul 28, 2020, 10:39 AM IST
joinshare
ରାଜ୍ୟରେ କୋରୋନାର ସଂଗୀନ ସ୍ଥିତି, ୧୦ ହଜାର ଡେଇଁଲା ସକ୍ରିୟ ମାମଲା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ବିଂଝାରପୁର ଥାନାର ୨ ପୋଲିସ୍ ନିଲମ୍ୱିତ, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    Top 10 News: ବିଂଝାରପୁର ଥାନାର ୨ ପୋଲିସ୍ ନିଲମ୍ୱିତ, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    2

    ବନ୍ଧୁଙ୍କ ସହ ଦିଲ୍ଲୀ ଯାଉଥିଲେ ଯୁବକ, 'ଚାଇନିଜ୍ ମାଞ୍ଜା' ସୂତାରେ...

    3

    ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ଫଟୋ ଉଠାଇ CISF ଯବାନ ନିଲମ୍ବିତ

    4

    ମୟୂରଭଞ୍ଜ କେନ୍ଦୁଝର ସମେତ ଏହି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

    5

    Bank Holiday Next Week: ଅଗଷ୍ଟ ୧୭ ରୁ ୨୩ ମଧ୍ୟରେ ୩ ଦିନ ବ୍ୟାଙ୍କ ବନ୍ଦ

    ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। ଦିନକୁ ଦିନ ଟେଷ୍ଟିଂର ମାତ୍ରା ବଢିବା ସହିତ ତାଳ ଦେଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୧୨୧୫ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। 

    ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ଡେଇଁଛି। ଦିନକୁ ଦିନ ଗଞ୍ଜାମ, ଖୋର୍ଦ୍ଧା ଭଳି ସ୍ଥାନରେ ମାମଲା ବୃଦ୍ଧି ପାଉଛି। ଆଜି ଏହି ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ ୨୮,୧୦୭ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୨୧୫ଟି ମାମଲା ମଧ୍ୟରୁ ୭୫୩ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୪୬୨ଟି ରହିଛି। 

    ସେପଟେ ୨୮ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୩୩୨ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୩୧୨ଟି ମାମଲା ସାମ୍ନାକୁ ଆସିଛି। 

    ସେହିପରି ଅନୁଗୋଳ ଓ ପୁରୀରୁ ୧୧ଜଣ, ବାଲେଶ୍ୱରରୁ ୨୯ ଜଣ, ବରଗଡ଼ରୁ ୧୦ ଜଣ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼ ଓ ଭଦ୍ରକରୁ ୨ ଜଣ ଲେଖାଏଁ, ବଲାଙ୍ଗୀରରୁ ୨୧ ଜଣ, କଟକରୁ ୬୦ଜଣ, ଦେଓଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ, ଗଜପତିରୁ ୮୯ଜଣ,  ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୪ ଜଣ ଲେଖାଏଁ, କେନ୍ଦୁଝରରୁ ୭୭ ଜଣ ଲେଖାଏଁ, କୋରାପୁଟରୁ ୭୩ ଜଣ, ମାଲକାନଗିରିରୁ ୧୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ରୁ ୮ ଜଣ, ରାୟଗଡ଼ାରୁ ୨୪ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୭୩୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୫୪୫ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୬୪ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    Add Zee News as a Preferred Source
    TAGS:
    Corona
    positive
    Ganjam
    Odisha
    Khorda