ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି ।
Trending Photos
ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜ୍ୟରେ ନୂଆ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନୁଗୋଳରୁ ପ୍ରଥମ ଥର ପାଇଁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୯ ଜିଲ୍ଲାରେ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଏହା ସହ ଆଉ ଏକ ଜିଲ୍ଲା ଯୋଡ଼ି ହୋଇଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ପ୍ରବାସୀ ଓଡ଼ିଆ ରହିଥିବା କୁହାଯାଉଛି ।
ଆଜି ଚିହ୍ନଟ ହୋଇଥିବା ୫୮ ମାମଲା ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୯ ଜଣ ଅଛନ୍ତି । ଆଉ ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଅନ୍ୟପଟେ ବାଲେଶ୍ୱରରୁ ୧୫, ଅନୁଗୋଳରୁ ୧୩ ଏବଂ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ରାଜ୍ୟରେ ଏପର୍ଯ୍ୟନ୍ତ ୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ତେବେ ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ସୁରତ ଫେରନ୍ତା ।
1st Health Update, 10th May
29 positives in Ganjam
1 positive in Mayurbhanj
All Surat returnees
15 positives in Balasore
(5 of K'taka.10 WB)13 positives in Angul
(11 Surat, 1 Maharashtra. 1 local)(All Detected in Quarantine Centre, except 1 local of Angul)
Total: 352
— I & PR Department, Odisha (@IPR_Odisha) May 10, 2020
ଏବେ ନଜର ପକାଇବା ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରେ ସର୍ବାଧିକ ୧୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁରରୁ ୫୫, ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୪୨, ଭଦ୍ରକରୁ ୨୫, ସୁନ୍ଦରଗଡ଼ରୁ ୧୩, ଅନୁଗୋଳରୁ ୧୩, ମୟୁରଭଞ୍ଜରୁ ୮, କେନ୍ଦ୍ରାପଡ଼ାରୁ ୮, ଜଗତସିଂହପୁରରୁ ୫, ବଲାଙ୍ଗୀରରୁ ୨, କାଳାହାଣ୍ଡିରୁ ୨, ଝାରସୁଗୁଡ଼ାରୁ ୨, କେନ୍ଦୁଝରର ୨, କଟକରୁ ୨, କୋରାପୁଟ, ଦେବଗଡ଼, ଢେଙ୍କାନାଳ, ପୁରୀ ଓ ନୟାଗଡରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହେଲେଣି ।