Advertisement
Article Detail0/zeeodisha/odisha691300
Zee OdishaBhubneshwar୧୩୦ ନୂଆ କୋରୋନା ସଂକ୍ରମିତ, କଟକରେ ସର୍ବାଧିକ

୧୩୦ ନୂଆ କୋରୋନା ସଂକ୍ରମିତ, କଟକରେ ସର୍ବାଧିକ

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରୁ ୧୩୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ମୋଟ ୨୧ଟି ଜିଲ୍ଲାରୁ ଏହି ମାମଲା ଗୁଡ଼ିକ ସାମ୍ନାକୁ ଆସିଛି। ଏହି ୧୩୦ଟି ମାମଲା ମଧ୍ୟରୁ ୧୨୪ଟି କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୬ଟି ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହି ମାମଲା ସହିତ ରାଜ୍ୟରେ ମୋଟ ୨୬୦ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପ

୧୩୦ ନୂଆ କୋରୋନା ସଂକ୍ରମିତ, କଟକରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରୁ ୧୩୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ମୋଟ ୨୧ଟି ଜିଲ୍ଲାରୁ ଏହି ମାମଲା ଗୁଡ଼ିକ ସାମ୍ନାକୁ ଆସିଛି। ଏହି ୧୩୦ଟି ମାମଲା ମଧ୍ୟରୁ ୧୨୪ଟି କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୬ଟି ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହି ମାମଲା ସହିତ ରାଜ୍ୟରେ ମୋଟ ୨୬୦ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

୧୩୦ଟି ମାମଲା ମଧ୍ୟରୁ କଟକରୁ ସର୍ବାଧିକ ୨୩ଟି ମାମଲା ସାମ୍ନାକୁ ଆସିଛି। ସେହିପରି ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ଟି ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ ଗଜପତିରୁ ୭ଟି, କୋରାପୁଟରୁ ୬ଟି, ବରଗଡ଼ ଓ ଭଦ୍ରକରୁ ୪ଟି ଲେଖାଏଁ କୋରୋନା ମାମଲା ସାମ୍ନାକୁ ଆସିଛି।  

ଏହା ଛଡ଼ା ବଲାଙ୍ଗିର, କନ୍ଧମାଳ, ଯାଜପୁର ଓ କଳାହାଣ୍ଡିରୁ ୩ଟି ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଢେଙ୍କାନାଳରୁ ୨ଟି ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ, ରାୟଗଡ଼ା, ଜଗତସିଂହପୁର, ଅନୁଗୋଳ ଓ ସୋନପୁରରୁ ଜଣେ ଲେଖାଏଁ ମାମଲା ସାମ୍ନାକୁ ଆସିଛନ୍ତି।  

Add Zee News as a Preferred Source

ସେହିପରି ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଛି। ମୃତକ ଜଣକ ୬୩ ବର୍ଷୀୟ ବୋଲି ରାଡ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟର ସମସ୍ତ ଜିଲ୍ଲାକୁ ଛୁଇଁଛି କୋରୋନା। ବର୍ତ୍ତମାନ ସୁଦ୍ଧା ମୋଟ ୧୬୯୦୧୦ ଟେଷ୍ଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨୬୦୮ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧୧୭ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।  

About the Author