)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକଟ ବଢିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୨ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୭ଟି ମାମଲା ସାମ୍ନାକୁ ଆସିଛି। ଗୁରୁବାର ସକାଳେ ୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସନ୍ଧ୍ୟାରେ ଆଉ ୧୪ଟି ମାମଲା ସାମ୍ନାକୁ ଆସିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ସମସ୍ତ ସଂକ୍ରମିତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ବିଭାଗ ଦେଇଥିବା ସୂଚନା ମୁତାବକ ଗୋଟିଏ ଦିନରେ ଯାଜପୁରରୁ ୧୭ଟି ମାମଲା ସାମ୍ନାକୁ ଆସିଛି। ସେପଟେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ସେପଟେ ରାଜ୍ୟରେ ମଧ୍ୟ ଅନୁରୂପ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ରୋଗୀ ଚିକିତ୍ସିତ ଜାରି ରହିଛି। ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
ଅନୁରୂପ ଭାବେ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୩୩୮ରେ ପହଞ୍ଚିଛି। ୨୩୭୪୮ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଥିବା ବେଳେ ୮୫୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୮୨ ଜଣଙ୍କର ମୃତ୍ୟୁ ହୋଇଛି।