ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିଗ୍ନ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଛି । ୧୮ ଜିଲ୍ଲାରୁ ଏହି ୧୪୧ ନୂଆ ମାମଲା ରହିଛି । ଗଞ୍ଜାମରୁ ସର୍ବାଧିକ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିଗ୍ନ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଏବେ ନଜର ପକାନ୍ତୁ, କେଉଁ ଜିଲ୍ଲାରୁ କେତୋଟି ନୂଆ ମାମଲା ଆସିଛି ?
ଗଞ୍ଜାମରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬, ନୂଆପଡ଼ାରୁ ୧୯, କେନ୍ଦ୍ରାପଡ଼ାରୁ ୧୩, ଯାଜପୁରରୁ ୧୦, ବଲାଙ୍ଗୀରରୁ ୭, କଟକରୁ ୬ ଓ ପୁରୀରୁ ୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି, କେନ୍ଦୁଝର ଓ ଜଗତସିଂହପୁରରୁ ୪ଟି ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ବେଳେ ଢେଙ୍ଗାନାଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର, ଅନୁଗୋଳ, ନୟାଗଡ଼ ଓ ମୟୂରଭଞ୍ଜରୁ ଗୋଟିଏ ଗୋଟିଏ ନୂଆ ମାମଲା ଚିହ୍ନଟ ହୋଇଛି ।
ଏବେ ନଜର ପକାଇବା ରାଜ୍ୟର ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨୪୫ ଜଣ ସୁସ୍ଥ ହେଲେଣି । ସେହିପରି ୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏବେ ୯୯୧ଟି ଆକ୍ଟିଭ କେସ ରହିଛି । ଆଶ୍ୱସ୍ତକର ଖବର ଏହା ଯେ, ଏବେବି ଚାରି ଅଙ୍କ ଛୁଇଁନି ଆକ୍ଟିଭ କେସ ।