ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା
Advertisement

ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ୩୦ ହଜାର ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା କୋରୋନା ଯୋଦ୍ଧାଙ୍କ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଦୁଇ ଜିଲ୍ଲାରୁ ଅର୍ଦ୍ଧାଧିକ ରହି

ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ୩୦ ହଜାର ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା କୋରୋନା ଯୋଦ୍ଧାଙ୍କ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଦୁଇ ଜିଲ୍ଲାରୁ ଅର୍ଦ୍ଧାଧିକ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧୮୭୭ରେ ସଂକ୍ରମିତଙ୍କ ମାମଲା ରହିଛି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୪୯୯ଟି ମାମଲା ମଧ୍ୟରୁ ୯୧୪ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୫୮୫ଟି ରହିଛି। ସେପଟେ ଗଞ୍ଜାମ ସହିତ ଖୋର୍ଦ୍ଧାରେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

ସେପଟେ ୨୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୩୬୮ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୧୪ଟି ମାମଲା ସାମ୍ନାକୁ ଆସିଛି। 

ସେହିପରି ଅନୁଗୋଳରୁ ୨୫ ଜଣ, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୧୯ ଜଣ, କଟକରୁ ୨୮ ଜଣ, ଦେଓଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୯୨ ଜଣ, ଗଜପତିରୁ ୯୭ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୯ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୪୪ ଜଣ, କନ୍ଧମାଳରୁ ୫୦ ଜଣ, କେନ୍ଦ୍ରାପଡ଼ରୁ ୧୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୮୧ ଜଣ, ମାଲକାନଗିରିରୁ ୨୬ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁରରୁ ୩୩ ଜଣ, ନୟାଗଡ଼ରୁ ୬୭ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୩୬ ଜଣ, ରାୟଗଡ଼ାରୁ ୪୦ ଜଣ, ସମ୍ବଲପୁରରୁ ୫୬ ଜଣ, ସୋନପୁରରୁ ୫ ଜଣ, ଓ ସୁନ୍ଦରଗଡ଼ରୁ ୭୫ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୯୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୧୯୧୮ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୦୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।