Advertisement
Article Detail0/zeeodisha/odisha698672
Zee OdishaBhubneshwarରାଜ୍ୟରେ ଆଉ ୧୭୯ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଆଉ ୧୭୯ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୯ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୮୫୬ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା

ରାଜ୍ୟରେ ଆଉ ୧୭୯ ମାମଲା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୯ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୮୫୬ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ୧୫୦ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୯ଟି ସ୍ଥାନୀୟ ମାମଲା ରହିଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୨୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୫୪୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। 

ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୨୭, ଯାଜପୁରରୁ ୩ ଜଣ, ଅନୁଗୋଳରୁ ୬ ଜଣ, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ, ଜଗତସିଂହପୁରରୁ ୪ଜଣ, କଟକରୁ ୧୫ ଜଣ, ମାଲକାନଗିରି ଓ ବରଗଡ଼ରୁ ୨ ଜଣ, ରାୟଗଡ଼ା, କେନ୍ଦ୍ରାପଡ଼ା ଓ ଭଦ୍ରକରୁ ୫ ଜଣ, ଯାଜପୁରରୁ ୩ ଜଣ, କେନ୍ଦୁଝରରୁ ୧୮ ଜଣ, ମୟୂରଭଞ୍ଜରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Add Zee News as a Preferred Source

ସେପଟେ ୧୮ ଜଣ ଅମ୍ଫାନ ସମୟରେ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ କର୍ମୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। 

About the Author