Advertisement
Article Detail0/zeeodisha/odisha698107
Zee OdishaBhubneshwarରାଜ୍ୟରେ ଆଉ ୧୬୫ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଆଉ ୧୬୫ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୬୫ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୬୭୭ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।  ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତ

ରାଜ୍ୟରେ ଆଉ ୧୬୫ ମାମଲା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୬୫ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୬୭୭ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୫୧୯ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ୧୪୦ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୫ଟି ସ୍ଥାନୀୟ ମାମଲା ରହିଛି। 

ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୪୧ ଜଣ ରହିଛନ୍ତି। ଖୋର୍ଦ୍ଧା ଓ ଯାଜପୁରରୁ ୮ ଜଣ, ନବରଙ୍ଗପୁର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ନୟାଗଡ଼, ଜଗତସିଂହପୁର, ଅନୁଗୋଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ, ପୁରୀରୁ ୭ ଜଣ,କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ୨ ଜଣ, ବାଲେଶ୍ୱରରୁ ୨୧, ଗଜପତିରୁ ୪୧ ଜଣ, ଗଜପତିରୁ ୨୮ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ବଲାଙ୍ଗିରରୁ ୨ ଜଣ, ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Add Zee News as a Preferred Source

ସେପଟେ ୧୧ ଜଣ ଅମ୍ଫାନ ସମୟରେ ପଶ୍ଚିମବଙ୍ଗ ଯାଇଥିବା ସୁରକ୍ଷା କର୍ମୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। 

About the Author