Advertisement
Article Detail0/zeeodisha/odisha691768
Zee OdishaBhubneshwarପୁଣି ୧୭୩ ନୂଆ ଆକ୍ରାନ୍ତ, ଗଞ୍ଜାମରୁ ୬୪

ପୁଣି ୧୭୩ ନୂଆ ଆକ୍ରାନ୍ତ, ଗଞ୍ଜାମରୁ ୬୪

ରାଜ୍ୟରେ ଲଗାତାର ଭାବେ ଶତାଧିକ ଆକ୍ରାନ୍ତ ଦିନକୁ ଦିନ ବାହାରିବାରେ ଲାଗିଛନ୍ତି। ଆଜି ରାଜ୍ୟରୁ ପୁଣି ଥରେ ୧୭୩ଟି ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୭ ଜଣ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛ

ପୁଣି ୧୭୩ ନୂଆ ଆକ୍ରାନ୍ତ, ଗଞ୍ଜାମରୁ ୬୪

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ଶତାଧିକ ଆକ୍ରାନ୍ତ ଦିନକୁ ଦିନ ବାହାରିବାରେ ଲାଗିଛନ୍ତି। ଆଜି ରାଜ୍ୟରୁ ପୁଣି ଥରେ ୧୭୩ଟି ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୭ ଜଣ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ୧୪ଟି ଜିଲ୍ଲାରୁ ୧୭୩ଟି ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି। ତେବେ ଏହି ୧୭୩ଟି ମାମଲା ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୫୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୩ ସ୍ଥାନୀୟ ଅଞ୍ଚଳରୁ ସାମ୍ନାକୁ ଆସିଛି। ସେହିପରି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୬୪ଟି ମାମଲା ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି। ଯାଜପୁରରୁ ୧୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଖୋର୍ଦ୍ଧାରୁ ୯, ଝାରସୁଗୁଡ଼ାରୁ ୧, ନୟାଗଡ଼ରୁ ୭, କଟକରୁ ୧୩, ମୟୂରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ୧ ଓ ନୂଆପଡ଼ାରୁ ୮ଜଣ ଚିହ୍ନଟ ହୋଇଛନ୍ତି।  

ଏହି ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ତେବେ ଏମାନଙ୍କ ମଧ୍ୟରୁ ୧୬୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।   ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୨୬୨୧ ନମୂନା ଯାଞ୍ଚ ମଧ୍ୟରୁ ମୋଟ ୧୭୩ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୧୧୬୭ ଜଣ ଚିକିତ୍ସାଧିନ ରହିଛନ୍ତି।  

Add Zee News as a Preferred Source

ସେପଟେ ୬୪ଟି ମାମଲା ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭କେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅବଶିଷ୍ଟ ଚିକିତ୍ସାଧିନ ଅଛନ୍ତି।