ରାଜ୍ୟ ପରେ ରାଜଧାନୀରେ ପଶିଲା କି ଓମିକ୍ରନ୍? ଫେରିଲା କଣ୍ଟେନମେଣ୍ଟ୍, ଘାରିଲା ଚିନ୍ତା
କିଛି ମାସର ବ୍ୟବଧାନ ପରେ ରାଜଧାନୀକୁ ଫେରିଛି କଣ୍ଟେନମେଣ୍ଟ । ଭୁବନେଶ୍ୱର ବମିଖାଲ ଜୟଦୂର୍ଗା ନଗର ଅଂଚଳ ଓ ୱାର୍ଡ ନମ୍ବର ୧୧ ଭିଏସଏସ ନଗରରେ ଥିବା ମୋଟ ତିନୋଟି କୋଠାରେ ବସବାସ କରୁଥିବା ଏକାଧିକ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ଭୁବନେଶ୍ୱର: Coronavirus New Variant Omicron in Bhubaneswar: ଘରେ ପଶିଲା କି ଓମିକ୍ରମ୍ (Omicron)? ରାଜ୍ୟ ପରେ ଏବେ ରାଜଧାନୀ ଭୁବନେଶ୍ୱର (Bhubaneswar) କୁ ଡର, ବିଏମସି (BMC) ମାରିଲା କଣ୍ଟେନମେଣ୍ଟ (Containment Zone) ପୋଷ୍ଟର । ରାଜ୍ୟରେ ଦୁଇଜଣ ଓମିକ୍ରନ୍ ଆକ୍ରାନ୍ତ (Omicron Positive) ଚିହ୍ନଟ ହେବା ପରେ ପରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ହଠାତ୍ ବିଏମିସ ପକ୍ଷରୁ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କାରଣ ହେଉଛି ଉକ୍ତ ଅଂଚଳରୁ ଆଟ୍ ରିସ୍କ ବା ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବା କିଛି ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଓମିକ୍ରନ ସଂକ୍ରମଣକୁ ନେଇ ଆଶା ଆଶଙ୍କା ବଢିଯାଇଛି । ତେବେ ବିଏମସି ସର୍ଭେଲାନ୍ସ ଜାରି ରଖିଥିବା ବେଳେ କଣ୍ଟେନମେଣ୍ଟ ଅଂଚଳ ଢିଲା ପଡିଯାଇଛି ।
କିଛି ମାସର ବ୍ୟବଧାନ ପରେ ରାଜଧାନୀକୁ ଫେରିଛି କଣ୍ଟେନମେଣ୍ଟ । ଭୁବନେଶ୍ୱର ବମିଖାଲ ଜୟଦୂର୍ଗା ନଗର ଅଂଚଳ ଓ ୱାର୍ଡ ନମ୍ବର ୧୧ ଭିଏସଏସ ନଗରରେ ଥିବା ମୋଟ ତିନୋଟି କୋଠାରେ ବସବାସ କରୁଥିବା ଏକାଧିକ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ପୂର୍ବ ଭଳି କେବଳ କଣ୍ଟେନମେଣ୍ଟ ଜୋନ୍ ପୋଷ୍ଟର ମାରି ବିଏମସି ଚୁପ୍ ବସିପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦ୍ୱିତୀୟ ଲହରର ଡେଲଟା ସଂକ୍ରମଣରୁ ଓମିକ୍ରନ୍ ର ଦୃତ ସଂକ୍ରମଣ କିଛି ବି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ ତେଣୁ ଏପରି ବେପରୁଆ ମନୋଭାବକୁ ସୁଧାରିବା ସହ ସଚେତନ କରିଛନ୍ତି କୋଭିଡ ସଚେତକ ।
ସୂଚନା ମୁତାବକ ପଜିଟିଭ୍ ବ୍ୟକ୍ତି ବିଦେଶ ତଥା ଆଟ୍ ରିସ୍କ ଦେଶରୁ ଫେରିବା ପରେ ନମୁନା ସଂଗ୍ରହ କରାଯାଇଥିଲା । ଏଥିରୁ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ସହ ନମୁନା ସଂଗ୍ରହ କରାଯିବ । ଏଠାକୁ ସର୍ବସାଧାରଣ ଚଳପ୍ରଚଳ ଉପରେ କଟକଣା ଲାଗୁ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ ଦିଗରେ ବିଏମସି ସହଯୋଗ କରିବାକୁ ପୋଷ୍ଟର ମାରିଛି । ଏହାସହ ସହରବାସୀଙ୍କୁ ସତର୍କ ରହିବା ସହ ସହଯୋଗ କରିବାକୁ ବିଏମସି କହିଛି ।
ପ୍ରଥମ ଲହରରୁ ଦ୍ୱିତୀୟ ଲହର ଏକ ସମ୍ଭାବନା ମଧ୍ୟରେ ବିଦେଶରୁ ଭୁବନେଶ୍ୱର ଭାୟା ଦେଇ ଓଡିଶା ପ୍ରବେଶ କରିଥିଲା କୋରୋନ । ରାଜଧାନୀର ପ୍ରମୁଖ ବିମାନବନ୍ଦର, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ ଦେଇ ବିଦେଶ ଫେରନ୍ତା ଓଡିଶା ପ୍ରବେଶ କରୁଥିବା ହେତୁ ଓମିକ୍ରନ ଭୟବହତାକୁ ଦେଖି ବିଏମସି ଆହୁରି କ୍ରିୟାଶୀଳ ହେବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ:-ହରିଶ ରାୱତଙ୍କ ଏହି ଟ୍ୱିଟ୍ କଂଗ୍ରେସ ନେତୃତ୍ୱଙ୍କ ହଜାଇ ଦେବ ନିଦ!
ଏହା ବି ପଢ଼ନ୍ତୁ:-ଓମିକ୍ରନ୍ ଆଣିବ କୋରୋନାର ମହାଲହର! ଜାଣନ୍ତୁ କେବେଠୁ ବଢ଼ିବାକୁ ଲାଗିବ ମାମଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ