ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା
Advertisement

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଚଳିତ ବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୧୧୪୩ କେନ୍ଦ୍ରର ବ୍ୟବସ୍ଥା ହୋଇଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ଏହା ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ ଚାଲିବ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । 

ଚଳିତ ବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୧୧୪୩ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୨୦୨ ହବ୍ ମଧ୍ୟ କରାଯାଇଛି । ସେହିପରି ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । କପି ଓ ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ ଦୁଇ ଦୁଇ ଥର ଜାଞ୍ଚ କରାଯାଇଛି । 

ସେପଟେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ +୨ ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷାକୁ କିଭଳି ସୁଚାରୁ ରୂପେ ସମ୍ପାଦନ କରି ହେବ, ସେନେଇ ପଚାରି ବୁଝିଲେ ମନ୍ତ୍ରୀ । ନିମାପଡା ସ୍ୱୟଂସହାୟକ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରର ସ୍ଥିତି ଦେଖିବା ସହ ସିସିଟିଭି ଓ ସୁରକ୍ଷାକୁ ନେଇ ଯାଞ୍ଚ କରିଛନ୍ତି । 

ଆହୁରି ପଢ଼ନ୍ତୁ; ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ, ବିପଦରେ ବନ୍ୟପ୍ରାଣୀ