ଗଞ୍ଜାମକୁ ଏଣ୍ଟ୍ରି ମାରିଲା କୋରୋନା
Advertisement
Article Detail0/zeeodisha/odisha675846

ଗଞ୍ଜାମକୁ ଏଣ୍ଟ୍ରି ମାରିଲା କୋରୋନା

ନୂଆ ଦୁଇ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ୧୫୯ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ୫୬ ଜଣ ରୋଗୀ ସୁସ୍ଥ ହେଲେଣି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଏଣ୍ଟ୍ରି ମାରିଲା କୋରୋନା । ଆଜି ରାଜ୍ୟରେ ୨ ନୂଆ ମାମଲା ସାମ୍ନାକୁ ଆସିଛି । ଉଭୟ ଆକ୍ରାନ୍ତ ଗଞ୍ଜାମର ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ଜିଲ୍ଲାରେ ଜଣେ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଏହା ଗ୍ରୀନ ଜୋନରେ ରହିଛି । ତେବେ ଆକ୍ରାନ୍ତଙ୍କ ବିଷୟରେ ଅଧିକ ସୂଚନା ମିଳିପାରିନାହିଁ । 

ସେପଟେ ନୂଆ ଦୁଇ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ୧୫୯ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ୫୬ ଜଣ ରୋଗୀ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୧୦୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩ ଜଣ ପୁରୁଷ ଥିବା ବେଳେ ୪୬ ଜଣ ମହିଳା ଅଛନ୍ତି । 

ଅନ୍ୟପଟେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ ୪୦ ବର୍ଷ ଭିତରେ ସର୍ବାଧିକ ୭୯ ଜଣ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ୪୧ରୁ ୬୦ ବର୍ଷ ମଧ୍ୟରେ ୪୭ ଜଣ ଅଛନ୍ତି । ୬୦ରୁ ଉର୍ଦ୍ଧ୍ୱ ବୟସର ୨୦ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ୦ରୁ ୧୪ ବର୍ଷ ମଧ୍ୟରେ ମାତ୍ର ୧୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

;